Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜାନୁଆରୀ ୨୨ରେ ଅଯୋଧ୍ୟାକୁ ଫେରିବେ ଅଯୋଧ୍ୟାପତି

National

ଜାନୁଆରୀ ୨୨ରେ ଅଯୋଧ୍ୟାକୁ ଫେରିବେ ଅଯୋଧ୍ୟାପତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଜାନୁଆରୀ ୨୨ରେ ଅଯୋଧ୍ୟାକୁ ଫେରିବେ ଅଯୋଧ୍ୟାପତି

ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ଭବ୍ୟ ଓ ଦିବ୍ୟ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ। ଜାନୁଆରୀ ୨୨ରେ ଅଯୋଧ୍ୟାକୁ ଫେରିବେ ଅଯୋଧ୍ୟାପତି । ଏଥିପାଇଁ ଉତ୍ସବମୁଖର ଶ୍ରୀରାମ ନଗରୀ । ଆଉ ଏହି ଅବସରରେ ୧୧ ଦିନର ଅନୁଷ୍ଠାନ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭବ୍ୟ ଶ୍ରୀରାମ ମନ୍ଦିରର ଉଦଘାଟନ ପୂର୍ବରୁ ପ୍ରଭୁଙ୍କ ପାଇଁ ଏହି ଅନୁଷ୍ଠାନ ଆରମ୍ଭ କରିଛନ୍ତି ମୋଦି । ଏହି ଅନୁଷ୍ଠାନର ଆରମ୍ଭ ନାଶିକ ଧାମ ପଞ୍ଚପଟିରୁ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଜାରି କରିଛନ୍ତି ଏକ ଅଡିଓ ବାର୍ତ୍ତା ।

ରଘୁପତିଙ୍କ ପ୍ରାଣ ପ୍ରତିଷ୍ଠାର ଉତ୍କଣ୍ଠା ଓ ଭାବନାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର । ପ୍ରାଣ ପ୍ରତିଷ୍ଠାର ସାକ୍ଷୀ ରହିବାର ଅବସର ମିଳିଥିବାରୁ ଭାବବିହ୍ବଳ ହୋଇଥିବା କହିଛନ୍ତି ମୋଦି । ଅନ୍ତର ମନରେ ସୃଷ୍ଟି ହୋଇଥିବା ଭାବନା ଅଭିବ୍ୟକ୍ତି ନୁହେଁ ବରଂ ଅନୁଭୁତି କରିବାର ଆବଶ୍ୟକତା ରହିଛି । ଯେଉଁ ସ୍ୱପ୍ନକୁ ଅନେକ ପିଢ଼ି ବର୍ଷବର୍ଷ ଧରି ସଙ୍କଳ୍ପ ଭାବେ ନିଜ ହୃଦୟରେ ରଖିଥିଲେ ଏବେ ତାର ସିଦ୍ଧି ସମୟରେ ଉପସ୍ଥିତ ରହିବାର ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi releases audio message ahead of consecration ceremony on Jan 22 | Argus English