ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ, ମହାରାଷ୍ଟ୍ରକୁ ଦେବେ ୩୦ ହଜାର କୋଟି ଟଙ୍କାର ଭେଟି

ଅର୍ଗସ ବ୍ୟୁରୋ : ନାସିକରେ ପିଏମ ମୋଦିଙ୍କ ବିଶାଳ ରୋଡ ସୋ’ । ମହାରାଷ୍ଟ୍ରକୁ ୩୦ ହଜାର କୋଟି ଟଙ୍କାର ଭେଟି । ଅଟଳ ସେତୁ ଉଦଘାଟନ ହେବାକୁ ଯାଉଛି । ଏହି ଅବସରରେ ନାସିକରେ ବିଶାଳ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ନରେନ୍ଦ୍ର ମୋଦି । ରୋଡ ସୋ’ରେ ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ । ରାମ କଥା କୁଣ୍ଡ ଓ କଳାମନ୍ଦିର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଶିକରେ ଜନ୍ମ ବାର୍ଷିକୀରେ ସ୍ୱାମୀ ବିବେକାନନ୍ଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ରାଜ୍ୟରେ ୩୦ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଶୁକ୍ରବାର ଦିନ ନାଶିକରେ ୨୭ ତମ ଜାତୀୟ ଯୁବ ମହୋତ୍ସବ (NYF) ର ଉଦଘାଟନ କରିଛନ୍ତି । ଜାତୀୟ ଯୁବ ମହୋତ୍ସବ ପ୍ରତିବର୍ଷ ୧୨ ରୁ ୧୬ ଜାନୁୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷର ଉତ୍ସବର ବିଷୟବସ୍ତୁ ହେଉଛି 'ବିକଶିତ ଭାରତ @ 2047 : ଯୁବକମାନଙ୍କ ପାଇଁ, ଯୁବକମାନଙ୍କ ଦ୍ୱାରା'।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଏକ ଲକ୍ଷରୁ ଅଧିକ ଯୁବକଙ୍କୁ ସମ୍ବୋଧିତ କରିବେ। ଏଥି ସହିତ ଦେଶର ସମସ୍ତ ଜିଲ୍ଲାର ଯୁବକମାନେ ଲାଇଭ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖିବେ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ଶୁଣିବେ । ଯୁବ ମହୋତ୍ସବ ସହ ଜଡିତ ଗ୍ରାଣ୍ଡ ଇଭେଣ୍ଟ ଦେଶର ୭୫୦ରୁ ଅଧିକ ଜିଲ୍ଲାରେ ଆୟୋଜିତ କରାଯାଇଛି ।