ଗୋମାତାଙ୍କ ସେବାରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଶ୍ରଦ୍ଧା, ସ୍ନେହ ଖାଲି ମଣିଷଙ୍କ ପାଇଁ ନୁହେଁ ପଶୁ, ଜୀବଜନ୍ତୁ ଙ୍କ ପାଇଁ ମଧ୍ୟ ଯେଉଁମାନେ କି ନିଜର ଭାବ ପରିପ୍ରକାଶ କରିପାରିନଥାନ୍ତି। ସେହି ନିରିହ ପ୍ରାଣୀମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରହିଛି ଅତୁଟ ମମତା। ଦେଶର ଗୁରୁଦାୟିତ୍ୱ ନିଭାଉଥିବେଳେ ବ୍ୟସ୍ତତା ମଧ୍ୟରୁ ଯଦି ଟିକେ ଫୁରସତ ମିଳେ ଏହି ପ୍ରାଣି ମାନଙ୍କୁ ଖାଦ୍ୟ, ପାନୀୟ ଦେଇ ତାଙ୍କୁ ତୃପ୍ତ କରିବାକୁ ଭୁଲି ନଥାନ୍ତି ପିଏମ ମୋଦି ।
ମକର ସଂକ୍ରାନ୍ତି ଅବସରରେ ମୋଦି ନିଜ ବାସଭବନରେ ପରିସରରେ ଗୋମାତାଙ୍କୁ ଘାଷ ଖୁଆଇଥିଲେ। ଗୁଡ ଓ ଘାଷ ବଡ ଯତ୍ନର ସହ ଖାଇବାକୁ ଦେଇ ଗୋମାତାଙ୍କ ପିଠି ଥାପୁଡେଇ ସ୍ନହେ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ସମୟରେ ଗାଈ ମାନେ ମୋଦିଙ୍କ ଚାରିପାଖେ ବୁଲୁଛନ୍ତି। କେତେବେଳେ ବସିକରି ଗୋମାତାଙ୍କୁ ଗୁଡ ଖାଇବାକୁ ଦେଉଥିବେଳେ ତ ଆଉ କେତେବଳେ ଗୋମାତାଙ୍କ ସହ ବୁଲି ବୁଲି ଘାଷ ଖୁଆଉଥିବାର ଫଟୋ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ତେବେ ପିଏମ ମୋଦିଙ୍କ ଗୋମାତାଙ୍କ ପ୍ରତି ପ୍ରେମର ଏ ଦୃଶ୍ୟ ପ୍ରଥମ ଥର ନୁହେଁ ଏହା ପୂର୍ବରୁ ଅର୍ଥାତ ଗତ ବର୍ଷ ବାରଙ୍ଗଲ ସହରର ଭଦ୍ରକାଳୀ ମନ୍ଦୀରରେ ଗୋ ସେବା କରୁଥିବାର ମୋଦି ନଜର ଆସିଥିଲେ।
ଅଧିକ ଦେଖନ୍ତୁ :