Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିର୍ସାମୁଣ୍ଡାଙ୍କ ଜୟନ୍ତୀରେ କୃଷକଙ୍କ ଖାତାକୁ ଆସିଲା ୧୫ତମ କିସ୍ତି

National

ବିର୍ସାମୁଣ୍ଡାଙ୍କ ଜୟନ୍ତୀରେ କୃଷକଙ୍କ ଖାତାକୁ ଆସିଲା ୧୫ତମ କିସ୍ତି

Smruti Parija
Browse all articles by Smruti Parija
·2 years ago·1 min read
ବିର୍ସାମୁଣ୍ଡାଙ୍କ ଜୟନ୍ତୀରେ କୃଷକଙ୍କ ଖାତାକୁ ଆସିଲା ୧୫ତମ କିସ୍ତି

ଅର୍ଗସ ବ୍ୟୁରୋ:  ଜାରି ହେଲା ପିଏମ କିଷାନ ନିଧିର ୧୫ତମ କିସ୍ତି । ବିର୍ସାମୁଣ୍ଡାଙ୍କ ଜୟନ୍ତୀରେ ଝାଡ଼ଖଣ୍ଡ ଗସ୍ତ କରିବା ସହ ଦେଶର କ୍ଷୁଦ୍ର ଚାଷୀଙ୍କ ପାଇଁ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ବିର୍ଷାମୁଣ୍ଡାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦି ଝାଡ଼ଖଣ୍ଡରେ ପହଞ୍ଚିଛନ୍ତି । ସ୍ବାଧୀନତାର ସାଢ଼େ ସାତ ଦଶକରେ ପ୍ରଥମ ଥର ପାଇଁ ମହାନ ସଂଗ୍ରାମୀଙ୍କ ଜନ୍ମମାଟିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । 

ସାର ପାଇଁ ୨୨,୩୦୩ କୋଟି ଟଙ୍କାର ସବସିଡି ଘୋଷଣା

ପୂର୍ବାହ୍ନ ସାଢ଼େ ୧୧ଟାରେ ପିଏମ କିଷାନ ସମ୍ମାନ ନିଧି ଯୋଜନାର କିସ୍ତି ଜାରି କରିଛନ୍ତି । ଏହା ପୂର୍ବରୁ ୨୦୨୩ ଜୁଲାଇ ୨୭ରେ ପିଏମ ମୋଦି ଗୁଜରାଟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାର ୧୪ତମ କିସ୍ତି ଜାରି କରିଥିଲେ । ସେତେବେଳେ ୩.୫ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାରେ ୧୭ ହଜାର କୋଟି ଟଙ୍କାର ଟ୍ରାନ୍ସଫର କରାଯାଇଥିଲା । ପିଏମ କିଷାନ ଯୋଜନା ଅନୁଯାୟୀ, ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ତିନି କିସ୍ତିରେ ଦିଆଯାଏ । ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ, ଦ୍ବିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ଏବଂ ତୃତୀୟ କିସ୍ତି ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ଜାରି ହୋଇଥାଏ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pm-kissan-nidhi-yojana-15th installment came to the farmer's account on Birsamunda's birthday | Argus English