Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିକାଶର ମୋଦି ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା

National

ବିକାଶର ମୋଦି ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା

Ritu Das
Browse all articles by Ritu Das
·2 years ago·2 min read
ବିକାଶର ମୋଦି ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା

ଅର୍ଗସ ବ୍ୟୁରୋ: ଏହି ବିଧାନସଭା ନିର୍ବାଚନକୁ 2024 ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ୍ ବୋଲି କୁହାଯାଉଥିଲା। ଆଉ ଏଥିରେ ବିଜେପି ଏମିତି ଦମଦାର ପ୍ରଦର୍ଶନ କରିଛି ଯେ ଧରାଶାୟୀ ହୋଇଛନ୍ତି ବିରୋଧୀ। ଉତ୍ତର ଭାରତରୁ ତ କଂଗ୍ରେସ ପ୍ରାୟ ସଫା ହୋଇଯାଇଛି। ଗୋଟିଏ ପରେ ଗୋଟିଏ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ ଏବଂ ବିକାଶର ମୋଦି ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା ବିଜେପି ପାଇଁ ଆଣିଛି ବିରାଟ ସଫଳତା। ଏହି ନିର୍ବାଚନ ବାର୍ତ୍ତା ଦେଇଛି, ଭାରତରେ ଆଉ ଚଳିବ ନାହିଁ ଜାତିଗତ ରାଜନୀତି ଓ ସଂରକ୍ଷଣ ନେଇ ମିଛ ପ୍ରତିଶ୍ରୁତି।

ଏ ବିଜୟ ଦେଇଛି ଅନେକ ବାର୍ତ୍ତା। ଏ ଉତ୍ସବ ଭାରତୀୟ ରାଜନୀତିରେ ଜାରି ମୋଦି ସୁନାମିର ପ୍ରମାଣ। ଏ ଉଲ୍ଲାସରେ ରହିଛି ବିକାଶର ମୋଦି ଗ୍ୟାରେଣ୍ଟି ବିରୋଧରେ କଂଗ୍ରେସର ମିଛ ପ୍ରତିଶ୍ରୁତିର ପରାଜୟର ଝଲକ। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ମଧ୍ୟପ୍ରଦେଶ ସହ ଏବେ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଛି ରାଜସ୍ଥାନ ଓ ଛତିଶଗଡ଼। ଉତ୍ତର ଓ ମଧ୍ୟ ଭାରତରେ ଆହୁରି ଜୋରଦାର ବଢ଼ିଛି ବିଜେପିର ଦବଦବା। ମୋଦିଙ୍କ ଯାଦୁ ଏମିତି ଚାଲିଲା ଯେ ଉତ୍ତର ଭାରତରୁ ପ୍ରାୟ ସଫା ହୋଇଗଲା କଂଗ୍ରେସ।  

କୁହାଯାଉଛି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଭାଜପାର ଏ ବିପୁଳ ବିଜୟ 2024ର ଟ୍ରେଲର। କିନ୍ତୁ 2018ରେ ଭିନ୍ନ ଥିଲା ସ୍ଥିତି । ଏ ତିନିଟି ଯାକ ରାଜ୍ୟରେ ପରାଜିତ ହୋଇ କ୍ଷମତା ହରାଇଥିଲା ବିଜେପି। ତାର ମାତ୍ର 5 ମାସ ପରେ ଆସିଥିଲା 2019ର ମହାଲଢ଼େଇ। କିନ୍ତୁ ସେତେବେଳେ ପାଲଟି ଯାଇଥିଲା ବାଜି। ଏ ତିନିଟି ରାଜ୍ୟରେ 65ରୁ 61ଟି ଆସନ ଜିତିଥିଲା ବିଜେପି। ଆଉ ଏବେ ତ 2023ରେ ହିଁ ଆସିଛି ମୋଦି ସୁନାମି। ଯଦି ଟ୍ରେଲର ଏମିତି ତେବେ 2024ର ପୁରା ଫିଲ୍ମ ହେବ କେମିତି ? ଏ ବିଶାଳ ବିଜୟ ବଢ଼ାଇଛି ବିଜେପିର ମନୋବଳ। ଦୃଢ଼ ଆତ୍ମବିଶ୍ବାସର ସହ 24 ରଣାଙ୍ଗନକୁ ଓହ୍ଲାଇବେ ମୋଦି ବ୍ରିଗେଡ୍। 

ଅନ୍ୟପଟେ ବିଜେପିର ଏ ବିଜୟ, ବିରୋଧୀଙ୍କୁ କରିଛି ଧରାଶାୟୀ। ଆଇଏନଡିଏ ମେଣ୍ଟ କରି 24 ବୈତରଣୀ ପାର ହେବାକୁ ଇଚ୍ଛା ରଖିଥିବା କଂଗ୍ରେସ ସମେତ ତମାମ ବିରୋଧୀ ଦଳଙ୍କର ମନୋବଳ ହୋଇଛି ଧୁଳିସାତ୍। ବିରୋଧୀ ଏବେ ମନ୍ଥନ କରୁଛନ୍ତି, ପରାଜୟର କାରଣ ଖୋଜୁଛନ୍ତି। ସବୁଠାରୁ ବଡ଼ ଝଟକା ପାଇଛି କଂଗ୍ରେସ। ସମାଲୋଚନା କରୁଛନ୍ତି ନିଜ ଦଳର ନେତା। କହୁଛନ୍ତି କଂଗ୍ରେସର ପରାଜୟ  ପାଇଁ ଦାୟୀ ଜାତିବାଦ ରାଜନୀତି ଓ ସନାତନ ବିରୋଧୀ ଏଜେଣ୍ଡା। 
ସବୁ ରାଜ୍ୟରେ ନିର୍ବାଚନ ପ୍ରଚାରରେ ଛାଇ ରହିଲେ ମୋଦି । ଗୋଟିଏ ଚେହେରା ପଡ଼ିଲା ସବୁ ବିରୋଧୀଙ୍କ ପାଇଁ ଭାରୀ। ବିଜେପି ପାଇଁ ମୋଦି ହିଁ ଥିଲେ ସେଣ୍ଟ୍ରାଲ୍ ଫିଗର, ବିରୋଧୀଙ୍କ ଆକ୍ରମଣର କେନ୍ଦ୍ର ବିନ୍ଦୁ ବି ରହିଲେ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେପିର ବିଜୟ ପରେ ମୋଦୀଙ୍କର ଜନତାଙ୍କୁ ବାର୍ତ୍ତା

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ମୋଦି ବ୍ରାଣ୍ଡ ଓ ପ୍ରଧାନମମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଏନକ୍ୟାସ୍ କଲା । ଏବେ ବିଜେପିର ବିଜୟର କାରଣକୁ ବିଶ୍ଳେଷଣ କରିବା ତ ପ୍ରଥମ କଥା ହେଲା ଜାତିଜନଗଣନା, ଓବିସି ସଂରକ୍ଷଣ ପ୍ରସଙ୍ଗ ଭଳି ପ୍ରସଙ୍ଗରେ ବିଜେପିକୁ ଘେରିବା ପାଇଁ ବିରୋଧୀଙ୍କ ଷ୍ଟ୍ରାଟେଜୀ ଫେଲ୍ ମାରିଲା। ମହିଳାଙ୍କ ଭୋଟରଙ୍କ ଉପରେ ବିଜେପିର ଦବଦବା ଆହୁରି ହେଲା ମଜବୁତ୍ ହେଲା। ନରେନ୍ଦ୍ର ମୋଦିଙ୍କ ନାମ ଓ କାମ ଉପରେ ଭୋଟ୍ ଦେବା ଜନତାଙ୍କ ପ୍ରାଥମିକତା ପାଲଟିଲା। ସବୁକୁ ବଳିଗଲା ବିକାଶର ମୋଦି ଗ୍ୟାରେଣ୍ଟି । 

ଅଧିକ ପଢ଼ନ୍ତୁ ରାଜନୀତିି ଖବର 
 

Sponsored
People's trust | Argus English