ମାନୁ ନାହାଁନ୍ତି ଅମାନିଆ, ଟ୍ରେନରେ ଚଢ଼ିବାକୁ ଠେଲାପେଲା

ଅର୍ଗସ ବ୍ୟୁରୋ : ସାଧାରଣତଃ ଅଧିକାଂଶ ଲୋକ ଦୂର ଯାଗାକୁ ଯାତାୟତ କରିବା ପାଇଁ ଟ୍ରେନ ଏବଂ ବସ ଉପରେ ନିର୍ଭର କରିଥାନ୍ତି ସେଥିପାଇଁ ଷ୍ଟେସନ ମାନଙ୍କରେ ଅଧିକ ଭିଡ ଦେଖିବାକୁ ମିଳେ ଆଉ ଯାତ୍ରୀ ମାନେ ବି ଅତି ଦୟନିୟ ଭାବରେ ଯାତ୍ରା କରନ୍ତି। ସେହିପରି ଜଣେ ଲୋକ ଝୁଲି କି ଟ୍ରେନ ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଦୀପାବଳି ପରେ ସମଗ୍ର ଭାରତରେ ରେଳ ଷ୍ଟେସନ ଯାତ୍ରୀମାନଙ୍କ ସହିତ ଭରପୂର ଥିଲା ଯେଉଁଥିରେ ସେମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବା ପାଇଁ ଲମ୍ବା ଧାଡିରେ ଅପେକ୍ଷା କରିଥିଲେ। ଆଗରୁ ହିଁ ଗେଟ୍ ପାଖରେ ପ୍ରାୟ ୧୦ ଜଣ ଲୋକ ଭିଡ଼ ଜମାଇଥିଲେ କିନ୍ତୁ ତାପରେ ବି ସେହି ବ୍ୟକ୍ତି ଅସୁରକ୍ଷିତ ଭାବେ ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ଉକ୍ତ ବ୍ୟକ୍ତି ରେଲିଂ ଉପରେ ଝୁଲି ନିଜକୁ ଭିତରକୁ ଠେଲିବାକୁ ଚେଷ୍ଟା କରୁଥିଲେ।
ଦୀପାବଳି ଶେଷ ସପ୍ତାହରେ ଯାତ୍ରୀଙ୍କ ସଂଖ୍ୟା ଯେଉଁଭଳି ଭାବରେ ବୃଦ୍ଧି ହୋଇଥିଲା ତାହା ଭାରତୀୟ ରେଳ ଷ୍ଟେସନ ପାଇଁ ଏକ ବଡ଼ ପ୍ରତିବନ୍ଧକ ହୋଇଥିଲା। ଯାହାକୁ ନଜରରେ ରଖି ଦୀପାବଳି ପାଇଁ ୧୭ଟି ସ୍ପେଶିଆଲ ଟ୍ରେନ୍ ନିୟୋଜିତ ହୋଇଥିଲା, କିନ୍ତୁ ଯାତ୍ରୀଙ୍କ ସଂଖ୍ୟା ଏତେ ମାତ୍ରାରେ ଥିଲା ଯେ ନିୟୋଜିତ ହୋଇଥିବା ଟ୍ରେନର ସଂଖ୍ୟା ମଧ୍ୟ କମ ପଡିଲା।
ଭାରତ ଖବର ଆହୁରି ପଢନ୍ତୁ