|
logo
Live

Argus News - ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ରହିଛି ୧୫ଟି କାର୍ଯ୍ୟଦିବସ

National

ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ରହିଛି ୧୫ଟି କାର୍ଯ୍ୟଦିବସ

Jitendra Dash
Browse all articles by Jitendra Dash
·2 years ago·1 min read
ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ରହିଛି ୧୫ଟି କାର୍ଯ୍ୟଦିବସ

ଅର୍ଗସ ବ୍ୟୁରୋ : ଡିସେମ୍ବର ୪ ତାରିଖକୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ ଗୃହ । ୧୯ ଦିନିଆ ଶୀତ ଅଧିବେଶନରେ ୧୫ଟି କାର୍ଯ୍ୟଦିବସ ରହିବ । ଅମୃତ କାଳରେ ସଂସଦୀୟ ବ୍ୟାପାର ସହ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଏନେଇ ନିଜ x ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । 

ଅଧିକ ପଢନ୍ତୁ ଭାରତ ଖବର

ଏହି ଅଧିବେଶନରେ ଇଣ୍ଡିଆନ ପିନଲ କୋଡ ବା ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟ ଉପରେ ବିଲ ଆସିବା ନେଇ ଅନୁମାନ କରାଯାଉଛି । ଏହାସହ ମୁଖ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତି ସମ୍ବନ୍ଧୀୟ ବିଲ୍ ମଧ୍ୟ ଉପସ୍ଥାପନ ହୋଇପାରେ । ସେପଟେ ମହୁଆ ମୈତ୍ରାଙ୍କୁ ନେଇ ସୃଷ୍ଟି ହୋଇଥିବା କ୍ୟାସ୍ ଫର କ୍ବେରି ମାମଲାରେ ବିରୋଧୀଙ୍କୁ ଟାର୍ଗେଟ କରିପାରେ ଶାସକ ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ରହିଛି ୧୫ଟି କାର୍ଯ୍ୟଦିବସ | Argus English