Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଦ୍ମ ପୁରସ୍କାର 2024 ଘୋଷଣା, ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମ ସମ୍ମାନ

National

ପଦ୍ମ ପୁରସ୍କାର 2024 ଘୋଷଣା, ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମ ସମ୍ମାନ

Banajyotshna Ray
Browse all articles by Banajyotshna Ray
·2 years ago
ପଦ୍ମ ପୁରସ୍କାର 2024 ଘୋଷଣା,  ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମ ସମ୍ମାନ

ଅର୍ଗସ ବ୍ୟୁରୋ:  ପଦ୍ମ ପୁରସ୍କାର 2024 ଘୋଷଣା। ଓଡ଼ିଶାରୁ 4 ଜଣଙ୍କୁ ପଦ୍ମ ସମ୍ମାନ । ଗଞ୍ଜାମର ଗୋପୀନାଥ ସ୍ବାଇଁଙ୍କୁ କୃଷ୍ଣଲୀଳା ସଂଗୀତ ପାଇଁ ପଦ୍ମ ପୁରଷ୍କାର ମିଳିଛି ।105 ବର୍ଷ ବୟସରେ ଗୋପୀନାଥଙ୍କୁ ମିଳିବ ଏହି ସମ୍ମାନ। ସେହିପରି ବରଗଡ଼ର ଭାଗବତ ପ୍ରଧାନଙ୍କୁ ଶବ୍ଦ ନୃତ୍ୟ ପାଇଁ ମିଳିବ ପଦ୍ମ ସମ୍ମାନ। ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭଗବାନ ବିଷ୍ଣୁଙ୍କ ଉପରେ ପଟ୍ଟଚିତ୍ର ଆଙ୍କିବା ନେଇ ମିଳିବ ସମ୍ମାନ।

ସେ 300ରୁ ଅଧିକ ବିଦ୍ୟାର୍ଥୀଙ୍କୁ ତାଳପତ୍ର କଳା ଶିଖାଇଛନ୍ତି। ସେହିପରି ବିଶିଷ୍ଟ ସମ୍ବଲପୁରୀ ଗୀତିକାର ବିନୋଦ କୁମାର ପଶାୟତଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ସେ 600ରୁ ଅଧିକ ସମ୍ବଲପୁରୀ ଲୋକଗୀତର ରଚନା କରିଛନ୍ତି । ସେ 3ରୁ ଅଧିକ ଓଡ଼ିଶା ଚଳଚ୍ଚିତ୍ରରେ କଣ୍ଠଦାନ କରିବା ସହ 12ରୁ ଅଧିକ ନାଟକ ରଚନା କରିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Padma Shri 2024 Announced | Two From Odisha To Receive The Prestigious Award | Argus English