Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଧ୍ୟାତ୍ମିକତାରେ ଭରି ଉଠୁଛି ଶ୍ରୀରାମ ନଗରୀ, ଗେରୁଆ ମୟ ବନୁଛି ସାରା ଦେଶ

National

ଆଧ୍ୟାତ୍ମିକତାରେ ଭରି ଉଠୁଛି ଶ୍ରୀରାମ ନଗରୀ, ଗେରୁଆ ମୟ ବନୁଛି ସାରା ଦେଶ

Manini Pattanayak
Browse all articles by Manini Pattanayak
·2 years ago·2 min read
ଆଧ୍ୟାତ୍ମିକତାରେ ଭରି ଉଠୁଛି ଶ୍ରୀରାମ ନଗରୀ, ଗେରୁଆ ମୟ ବନୁଛି ସାରା ଦେଶ

ନୂଆଦିଲ୍ଲୀ:  ଆଧ୍ୟାତ୍ମରେ ପରିପୂର୍ଣ୍ଣ ରାମନଗରୀରେ ପୌଷ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଆରମ୍ଭ ହୋଇଗଲା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଅନୁଷ୍ଠାନ। ଅଯୋଧ୍ୟାର ସବୁ ଘର, ସବୁ ଦୋକାନ, ସବୁ ସଡ଼କରେ ଅନୁଭୂତ ହେଉଛି କେବଳ ଜୟ ଶ୍ରୀରାମର ଆଧ୍ୟାତ୍ମିକ ଅନୁଭୂତି। ପରମ୍ପରା ଓ ଆଧୁନିକତାର ଦିବ୍ୟ ସମ୍ମିଶ୍ରଣରେ ଭବ୍ୟ ହୋଇଉଠୁଛି ଅଯୋଧ୍ୟା ଭୂଇଁ । ଦେଶ ତଥା ବିଶ୍ବର କୋଣ ଅନୁକୋଣରୁ ଛୁଠୁଛନ୍ତି ଶ୍ରଦ୍ଧାଳୁ।  ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାର୍ଗଦର୍ଶନରେ ରାମମୟ ହୋଇଥିବା ଆଧୁନିକ ଅଯୋଧ୍ୟା ତ୍ରେତୟାଯୁଗୀୟ ବିଭବରେ ସଜ୍ଜିତ ହୋଇଛି ତ ଅନ୍ୟପଟେ ରାମ ପଥର ଦୋକାନଗୁଡ଼ିକରେ ଫର ଫର ହୋଇ ଉଡୁଥିବା ରାମ ପତାକା ରାମଙ୍କ କ୍ଷେତ୍ରକୁ ଆକର୍ଷିତ କରୁଛି। 

ଅଯୋଧ୍ୟାରେ ନୂଆ ଯୁଗର ଅୟମାରମ୍ଭ । ପ୍ରାଣ ପ୍ରତିଷ୍ଠାକୁ ଆଉ 5 ଦିନ ବାକି ଥିବାବେଳେ ବିଧି ବିଧାନର ଦ୍ବିତୀୟ ଦିନରେ ମନ୍ଦିର ପରିକ୍ରମା କରିଛନ୍ତି ରାମଲାଲା। ଜନ୍ମଭୂମି ପରିସରରେ ଭ୍ରମଣ କରିଛନ୍ତି ରାମଲାଲାଙ୍କ ପ୍ରତିମା । ପ୍ରଥମେ ସୁବାସିନୀ ପୂଜା ଆଉ ପରେ ବାହାରିଲା କଳସ ଯାତ୍ରା । ଆଉ ତା ପରେ ପ୍ରସାଦ କମ୍ପ୍ଲେକ୍ସରେ ହେଲା ପ୍ରତିମା ପରିଭ୍ରମଣ। 
   ଏଥିସହ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଛି ରାମଲାଲଙ୍କ ପୋଷାକ ଅର୍ପଣ ସମାରୋହ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲାଲାଙ୍କ ପୋଷାକକୁ ପ୍ରଦର୍ଶନ କରିଥିଲେ। ହେରିଟେଜ୍ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ ଏହି ପୋଷାକ ପ୍ରସ୍ତୁତିରେ ରହିଛି ୧୨ ଲକ୍ଷ ଶ୍ରଦ୍ଧାଳୁଙ୍କ ସହଯୋଗିତା। 

 ଶହ ଶହ ବର୍ଷ ପୂର୍ବରୁ ଅଯୋଧ୍ୟାରେ ହୋଇଥିଲା ଶ୍ରୀରାମଙ୍କର ରାଜ୍ୟାଭିଷେକ। ଆଉ ଏବେ ପୁଣି ହେବାକୁ ଯାଉଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା। ଏହାକୁ କୁହାଯାଉଛି ପୌରାଣିକ ପୁର୍ନମୂଲ୍ୟାଙ୍କନ ଅନୁଷ୍ଠାନ, ଯେଉଁଥିପାଇଁ 11 ଦିନ ଧରି ବ୍ରତ ରଖିଛନ୍ତି ପ୍ରଧାନମନ୍ତ୍ରୀ। ଏହି 11 ଦିନ ଧରି ବ୍ରାହ୍ମ ମୁହୂର୍ତ୍ତରୁ ଉଠି ଧ୍ୟାନ କରିବା ସହ ହନୁମାନ ଚାଳିଶା, ରାମ ଚରିତ ମାନସ ଭଳି ବିଭିନ୍ନ ଶାସ୍ତ୍ର ପୁରାଣ ପାଠ କରିବାକୁ ହୁଏ। ଅନ୍ନ ତ୍ୟାଗ କରିବାକୁ ହୁଏ। ସାରା ଦିନ ଉପବାସ କରିବାକୁ ହୁଏ। ଖୁବ୍ କମ୍ ଫଳାହାର ସହ ବିତାଇବାକୁ ହୁଏ ଦିନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଜାନୁଆରୀ 22କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ। ଗେରୁଆମୟ ପାଲଟୁଛି ସାରା ଭାରତ। ୟା ଭିତରେ ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି ରାମ ମନ୍ଦିରର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇସାରିଛି। ରାମଲାଲାଙ୍କ ମନ୍ଦିରରେ ରହିବ ଗର୍ଭଗୃହ। ଏଠି ରହିବ ପାଞ୍ଚଟି ମଣ୍ଡପ। ପ୍ରଥମ ମହଲାରେ ରହିବ ରାମଙ୍କ ଦରବାର। ଦ୍ବିତୀୟ ମହଲାରେ ହେବ ଯଜ୍ଞାଦି ଅନୁଷ୍ଠାନ। 

 ଆଉ ମାତ୍ର 5 ଦିନ ବାକି, ନିଜର ଦିବ୍ୟ ମନ୍ଦିରରେ ବିରାଜମାନ ହେବେ ଶ୍ରୀରାମଲାଲା, ଭବ୍ୟ ସେ ମୁହୂର୍ତ୍ତର ସ୍ମରଣମାତ୍ରେ ହିଁ ପୁଲକିତ, ରୋମାଞ୍ଚିତ ହେଉଛନ୍ତି ରାମ ଭକ୍ତ। ଦୀପାବଳି ପୂର୍ବରୁ ଯେମିତି ରଙ୍ଗ ଓ ଆଲୋକରେ ହୁଏ ସାଜସଜ୍ଜା, ଏବେ ଅଯୋଧ୍ୟାରେ ଠିକ୍ ସେମିତି ଅନୁଭୂତ। ମକର ସଂକ୍ରାନ୍ତି ଦିନରୁ ହିଁ ସରଯୁ ନଦୀ କୂଳର ଏ ଚମକ ପ୍ରାଣପ୍ରତିଷ୍ଠା ମହୋତ୍ସବର କରିଦେଇଛି ମଙ୍ଗଳାଚରଣ । ଏଠି ଘାଟରେ ଶ୍ରୀରାମଙ୍କ ସ୍ତୁତି, ଭଜନ ଓ ମନ୍ଦିର ନିର୍ମାଣ ପାଇଁ ହୋଇଥିବା ଅଥକ ସଂଘର୍ଷର ବିଜୟ ଗୀତ ଅହରହ ହେଉଛି ଗୁଞ୍ଜରଣ।  

ଅଧିକ ପଢନ୍ତୁ ରାମ କଥା ଖବର 
 

Sponsored
On Wednesday, January 17, after 1:20 pm, there will be Jalayatra, Teertha Puja, Brahmin-Batuk-Kumari-Suvasini Puja, Vardhini Puja, Kalshayatra | Argus English