Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦିଲ୍ଲୀକୁ ଟପିଲା ଅନୁଗୁଳ, ଟ୍ବିନ ସିଟିରେ ବି ସାଙ୍ଘାତିକ ସ୍ଥିତି 

National

ଦିଲ୍ଲୀକୁ ଟପିଲା ଅନୁଗୁଳ, ଟ୍ବିନ ସିଟିରେ ବି ସାଙ୍ଘାତିକ ସ୍ଥିତି 

Smruti Parija
Browse all articles by Smruti Parija
·2 years ago·2 min read
ଦିଲ୍ଲୀକୁ ଟପିଲା ଅନୁଗୁଳ, ଟ୍ବିନ ସିଟିରେ ବି ସାଙ୍ଘାତିକ ସ୍ଥିତି 

Key Points

  • ଚିନ୍ତା ବଢ଼ାଇଲା ବାୟୁପ୍ରଦୂଷଣ 
  • ଦିଲ୍ଲୀକୁ ଟପିଲା ଅନୁଗୁଳ 
  • ଟ୍ବିନ ସିଟିରେ ବି ସାଙ୍ଘାତିକ ସ୍ଥିତି 
  • ସରକାରଙ୍କ ପ୍ରଦୂଷଣ ମ୍ୟାନେଜମେଣ୍ଟ ନେଇ ଉଠିଲା ପ୍ରଶ୍ନ 

ଅର୍ଗସ ବ୍ୟୁରୋ: ବିଷ ବଳୟରେ ଓଡିଶା । ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୁଳ । କଟକ, ଭୁବନେଶ୍ବର, ବାଲେଶ୍ବରରେ ବି ବାୟୁ ଅତ୍ୟଧିକ ଦୂଷିତ । ଗତ ୩ ତାରିଖ ପ୍ରଦୂଷଣ ମାନର ସୂଚକାଙ୍କରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।  ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ 341 ଥିବା ବେଳେ ଅନୁଗୁଳ 354 ପଏଣ୍ଟ ସହ ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇ ଦେଇଛି। ଅନୁଗୁଳର ଏୟାର କ୍ବାଲିଟି ଅତି ପ୍ରଦୁଷିତ  ଥିବା ରେକର୍ଡ କରାଯାଇଛି। ସେହିପରି ବାଲେଶ୍ବରରେ ପ୍ରଦୂଷଣ ମାତ୍ରା 312 ଓ କଟକରେ 303 ରହିଥିବା ବେଳେ ଭୁବନେଶ୍ବରରେ  ପ୍ରଦୂଷଣ ମାତ୍ରା  288 ରହିଛି । 

ରାଜ୍ୟର ୭ ଟି ସହରରେ ପ୍ରଦୂଷଣ ମାତ୍ରା ଅଧିକ ଥିବା ଚିହ୍ନଟ କରାଯାଇଛି । ଯେଉଁଥିରେ ସବୁଠୁ ଅଧିକ ପ୍ରଦୂଷଣ ମାତ୍ରା ଅନୁଗୁଳ ଓ ତାଳଚେର ରେ ଥିବା ଜଣାପଡିଛି ।  ନିର୍ମାଣାଧୀନ କୋଠା, ରାସ୍ତା ଖୋଳାଯିବା, ରାସ୍ତାପାର୍ଶ୍ବରେ ଅଳିଆ ଆବର୍ଜନା ଓ ବାଲି ଜମା ହେବା ଦ୍ବାରା ସେଥିରୁ ନିର୍ଗତ ହେଉଥିବା ଧୂଳିକଣା ସହରକୁ ଅଧିକ ପ୍ରଦୂଷିତ କରୁଛି।  ସେହିପରି ଘନ କୁହୁଡ଼ି ସାଙ୍ଗକୁ ପବନର ବେଗ ମନ୍ଥର ଓ ବାୟୁରେ ଆର୍ଦ୍ରତା ରହିଥିବାରୁ ପ୍ରଦୂଷଣ ମାତ୍ରା ବଢ଼ୁଥିବା ବିଶେଷଜ୍ଞମାନେ କହିଛନ୍ତି।

ବିଶେଷ କରି ଖଣି ଓ କଳକାରଖାନା ରୁ ବାହାରୁ ଥିବା ବିଷାକ୍ତ ଧୂଆ ବାୟୁକୁ ଅଧିକ ଦୂଷିତ କରୁଛି ।  ଶୀତ ଦିନରେ କୁହୁଡି ର ମାତ୍ରା ଅଧିକ ଥିବାରୁ ପ୍ରଦୂଷଣ ମାତ୍ରା ବଢ଼ୁଛି ।  ତେବେ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ସରକାର ଉଚିତ ପଦକ୍ଷେପ ନ ନେଲେ ଏହି ୭ ସହର ରେ ଫୁସଫୁସ ଓ ହୃଦ ଜନିକ ରୋଗ ବଢ଼ିବା ନେଇ ଆଶଙ୍କା କରାଯାଉଛି । 

ଗତ ଦୀପାବଳି ସମୟରେ ଭୁବନେଶ୍ବରରେ ବାୟୁ ପ୍ରଦୂଷଣର ସାଙ୍ଘାତିକ ସ୍ଥିତି ଦେଖିବାକୁ ମିଳିଥିଲା। ଏପରିକି 2018 ମସିହାରେ ଏକ ଶୁଣାଣି ରେ ଅତ୍ୟଧିକ ଗାଡି ଚଳାଚଳ, କଳକାରଖାନା ରୁ ବାହାରୁ ଥିବା ବିଶାକ୍ତ ଗ୍ୟାସ , ନିର୍ମାଣ ଓ ଧ୍ବଂସ ଯୋଗୁଁ ବାହାରୁ ଥିବା ସିମେଣ୍ଟ ଓ ଧୂଳି ଗୁଣ୍ଡ ଓଡିଶାରେ ବାୟୁ ପ୍ରଦୂଷଣ ର କାରଣ ବୋଲି କହିଥିଲେ ଏନଜିଟି । ହେଲେ ତଥାପି ପ୍ରଦୂଷଣ କମିବା ବଦଳରେ ବଢ଼ିବା ପ୍ରଦୂଷଣ ନିୟନ୍ତ୍ରଣ ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...

Sponsored
odishas-angul-district-is-most-polluted-city | Argus English