Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶାକୁ ମିଳିଲା ସ୍ୱର୍ଣ୍ଣ ପଦକ

National

ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶାକୁ ମିଳିଲା ସ୍ୱର୍ଣ୍ଣ ପଦକ

Smruti Parija
Browse all articles by Smruti Parija
·2 years ago·2 min read
ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶାକୁ ମିଳିଲା ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର: ନୂଆଦିଲ୍ଲୀ ପ୍ରଗତି ମୈଦାନରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶାକୁ ମିଳିଛି ସ୍ବର୍ଣ୍ଣ ପଦକ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତଥା ବିଭିନ୍ନ ମନ୍ତ୍ରାଳୟ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଓଡିଶା ପାଭିଲିୟନକୁ ପ୍ରଥମ ସ୍ଥାନ ସହିତ ମର୍ଯ୍ୟାଦା ଜନକ ସ୍ୱର୍ଣ୍ଣ ପୁରସ୍କାର ପ୍ରାପ୍ତ ହୋଇଛି ।

ଓଡିଶା ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ପ୍ରଗତି ମୈଦାନରେ ଅନୁଷ୍ଠିତ ଉଦଯାପନୀ ସଭାରେ ଏହି ପଦକ ଗ୍ରହଣ କରିଛନ୍ତି । ନଭେମ୍ବର ୧୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ମେଳାରେ ଓଡିଶାର ୭ଟି ବିଭାଗ ପକ୍ଷରୁ ୨୪ଟି ଷ୍ଟଲ୍ ଖୋଲାଯାଇଥିଲା । ମୁଖ୍ୟତଃ ହସ୍ତତନ୍ତ, ହସ୍ତଶିଳ୍ପ, ପଟ୍ଟଚିତ୍ର, ପଥର ଶିଳ୍ପ, କୋରାପୁଟ କଫି, ମିଲେଟ୍ ପ୍ରସ୍ତୁତ ଖାଦ୍ୟ ତଥା ମିଶନ ଶକ୍ତି ସଦସ୍ୟଙ୍କ ପ୍ରସ୍ତୁତ ସାମଗ୍ରୀ ଓଡିଶା ପାଭିଲିୟନରେ ସ୍ଥାନିତ ହୋଇଥିଲା । 

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଏହି ପାଭିଲିୟନ ପରିଦର୍ଶନ କରିଥିଲେ । ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଞ୍ଜୟ କୁମାର ସିଂ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ସମେତ ସମେତ ବହୁ ବରିଷ୍ଠ ଅଧିକାରୀ ପାଭିଲିୟନ ପରିଦର୍ଶନ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମେଳାର ପରମ୍ପରା ଅନୁସାରେ ନଭେମ୍ବର ୧୯ ତାରିଖ ଦିନ ଓଡିଶା ରାଜ୍ୟ ଦିବସ ପାଳନ ହୋଇଥିଲା। ଏଥିରେ ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ଅଭିଲିପ୍‌ସା ପଣ୍ଡାଙ୍କ ସମେତ ସମ୍ବଲପୁରୀ, ଓଡିଶୀ, ଡାଲଖାଇ ଓ ଜନଜାତିଙ୍କ ବିର୍ଲି ନୃତ୍ୟ ପରିବେଷଣ ହୋଇଥିଲା। ଏଥିସହିତ ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ଵତନ୍ତ୍ର ସଂସ୍କରଣ ମଧ୍ୟ ଉନ୍ମୋଚିତ ହୋଇଥିଲା । 

ବାଣିଜ୍ୟ ମନ୍ତ୍ରାଳୟର ଇଣ୍ଡିଆ ଟ୍ରେଡ୍ ପ୍ରମୋସନ୍ ସଂସ୍ଥା ପକ୍ଷରୁ ଆୟୋଜିତ ଏହି ମେଳାର ଚଳିତ ବର୍ଷର ଥିମ୍ ଥିଲା ବସୁଧୈବ କୁଟୁମ୍ବମ୍। ଏହି ପରାପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ପ୍ରଦର୍ଶିତ କରାଯାଇଥିଲା । ବୋଇତ ଉପରେ ସ୍ଥାନିତ ବିଭିନ୍ନ ବିଭାଗର କଳାକୃତିର ୭ଟି ଲାଇଭ୍ ଡେମୋ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲା ସମଗ୍ର ମେଳା ପରିସରରେ । 

୧୫ ଦିନ ଧରି ଆୟୋଜିତ ଏହି ମେଳାରେ ଓରମାସ୍, ମିଶନ ଶକ୍ତି, ଏସ୍‌ସିଏସ୍‌ଟି, କୃଷି ବିଭାଗ, ଏମ୍‌ଏସଏମଇ, ପର୍ଯ୍ୟଟନ ଏବଂ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରତିନିଧିମାନେ ଯୋଗଦାନ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ ଦାସ, ପାଭିଲିୟନ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀମାନେ ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିଥିଲେ ।
 

Sponsored
odisha-got-gold-medal-on-international-trade-fair | Argus English