ପୁଣି ଭାଙ୍ଗିବ ବିହାର ସରକାର ?

Key Points
- ପୁଣି ଭାଙ୍ଗିବ ବିହାର ସରକାର ?
- ବିଜେପି ଶରଣରେ ପଶିବେ ନୀତିଶ ?
- ୨୮ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ?
ଅର୍ଗସ ବ୍ୟୁରୋ: ପୁଣି ଭାଙ୍ଗିପାରେ ବିହାର ସରକାର । କୁହାଯାଉଛି କି,ଭାଙ୍ଗିବା ବସିଲାଣି ଆରଜେଡି-ଜେଡିୟୁ ମେଣ୍ଟ । ବିହାରରେ ପୁଣି ଥରେ ଗଠନ ହୋଇପାରେ ବିଜେପି-ଜେଡିୟୁ ସରକାର । ଆସନ୍ତା ଜାନୁଆରୀ ୨୮ରେ ଜେଡିୟୁ-ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତିଶ କୁମାର । ହେଲେ ନୀତିଶ ହଠାତ୍ କାହିଁକି ଏମିତି ନିଷ୍ପତ୍ତି ନେଲେ ତାହାକୁ ନେଇ ଏବେ ବଢିଲାଣି ଚର୍ଚ୍ଚା ।
ଏବେ ପୁଣି ଚର୍ଚ୍ଚାରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । କୁହାଯାଉଛି କି ଆରଜେଡି ସହ ଫାଟି ହେବା ପରେ ପଦ୍ମ ଶିବିରକୁ ଲମ୍ଫ ଦେବେ ନୀତିଶ । ବର୍ତ୍ତମାନ ଜନତା ଦଳ (ୟୁନାଇଟେଡ୍) ଏବଂ ରାଷ୍ଟ୍ରୀୟ ଜନତା ଦଳ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ନୀତିଶ ବିଜେପି-ଜେଡିୟୁ ସରକାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ମୋଟ୍ ଉପରେ ବିହାର ରାଜନୀତିରେ ଏବେ ଦେଖାଦେଲାଣି ହଲଚଲ । ଜେଡିୟ ଓ ଆରଜେଡି ମଧ୍ୟରେ ସବୁ କିଛି ଠିକ୍ ନ ଥିବା ଆକଳନ କରାଯାଉଥିବା ବେଳେ ଏହାର ଏକ ଦୃଶ୍ୟ ସାମନାକୁ ବି ଆସିଛି । ଭାଇରାଲ ହେଉଥିବା ଏହି ଫଟୋରେ କ୍ଷମତାସୀତ ଦୁଇ ଦଳ ମଧ୍ୟରେ ଦେଖାଦେଇଥିବା ଫାଟ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପ୍ରତି କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ କୁମାର ପାଖାପାଖି ବସି ଦୀର୍ଘ ସମୟ ଆଲୋଚନା କରନ୍ତି ହେଲେ ସାଧାରଣତନ୍ତ୍ର ଦିବସ ପରି ଦିନରେ ଉଭୟେ ଅଲଗା ଅଲଗା ହୋଇ ବସିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର । ଖାଲି ଏତିକି ନୁହେଁ ବରଂ ଉଭୟଙ୍କ ମଧ୍ୟରେ ଆଜି କଥାବାର୍ତ୍ତା ହୋଇନଥିବା କୁହାଯାଉଛି ।
📱 Get Argus News App
✨ଭାରତ ରତ୍ନ ସମ୍ମାନ ପାଇଁ କର୍ପୂରୀ ଠାକୁରଙ୍କ ନାମ ଘୋଷଣା ପରେ ବଦଳିଯାଇଛି ବିହାରର ରାଜନୈତିକ ସମୀକରଣ । ନୀତିଶ କୁମାର କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହାପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଗତକାଲି ମଧ୍ୟ ଏକ ବଡ ଧରଣର ମାନସ ମନ୍ଥନ ହୋଇଥିଲା। ଶେଷରେ ଜେଡିୟୁ ବିଜେପି ସହ ଗଣ୍ଠବନ୍ଧନ କରିବାକୁ ଯାଉଥିବା ଜାତୀୟ ଗଣମାଧ୍ୟମରୁ ଜଣାଯାଉଛି ।