|
logo
Live

Argus News - ନୀତା ଅମ୍ବାନୀଙ୍କ ୬୦ ତମ ଜନ୍ମଦିନରେ ଅନ୍ନ ସେବା, ସାରା ଦେଶରେ ୧.୪ ଲକ୍ଷ ଭୋଜନ ବଣ୍ଟନ

National

ନୀତା ଅମ୍ବାନୀଙ୍କ ୬୦ ତମ ଜନ୍ମଦିନରେ ଅନ୍ନ ସେବା, ସାରା ଦେଶରେ ୧.୪ ଲକ୍ଷ ଭୋଜନ ବଣ୍ଟନ

Jitendra Dash
Browse all articles by Jitendra Dash
·2 years ago·2 min read
ନୀତା ଅମ୍ବାନୀଙ୍କ ୬୦ ତମ ଜନ୍ମଦିନରେ ଅନ୍ନ ସେବା, ସାରା ଦେଶରେ ୧.୪ ଲକ୍ଷ ଭୋଜନ ବଣ୍ଟନ

ଅର୍ଗସ ବ୍ୟୁରୋ : ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନୀତା ଅମ୍ବାନୀ ନଭେମ୍ବର ୧ ତାରିଖରେ ୩୦୦୦ ବଞ୍ଚିତ ବର୍ଗର ପିଲାଙ୍କ ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସାରା ଦେଶରେ ଅନ୍ନ ସେବା ଜରିଆରେ ୧୫ଟି ରାଜ୍ୟର ୧.୪ ଲକ୍ଷ ଲୋକଙ୍କୁ ଭୋଜନ ପ୍ରଦାନ କରାଯାଇଛି। ଅନ୍ନ ସେବା ଜରିଆରେ ପ୍ରାୟ ୭୫୦୦୦ ଲୋକଙ୍କୁ ରନ୍ଧା ହୋଇଥିବା ଭୋଜନ ପ୍ରଦାନ କରାଯାଇଥିବା ବେଳେ ପ୍ରାୟ ୬୫୦୦୦ ଲୋକଙ୍କୁ ଶୁଖିଲା ରାସନ / ଗ୍ରୋସରୀ ପ୍ରଦାନ କରାଯାଇଛି।

ଅଧିକ ପଢନ୍ତୁ ଭାରତ ଖବର

ଶିଶୁ, ଵୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ନାଗରିକ, ଦିନ ମଜୁରିଆ, କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି, ଭିନ୍ନକ୍ଷମ ଏବଂ ବିଶେଷ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ଏହି ଅନ୍ନ ସେବାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଭୋଜନ ବିତରଣ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଗରମ ଭୋଜନ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ରିଲାଏନ୍ସର ସ୍ୱୟଂସେବକ ମାନେ କରିଛନ୍ତି ।

ନୀତା ଅମ୍ବାନୀ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ବଞ୍ଚିତ ବର୍ଗର ୩୦୦୦ ପିଲାଙ୍କ ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହି ସମାରୋହ ବେଶ ସ୍ୱତନ୍ତ୍ର ଥିଲା କାରଣ ସ୍କୁଲ ଯାଉଥିବା ୩୦୦୦ ବଞ୍ଚିତ ବର୍ଗର ପିଲା ଏଥିରେ ମନୋରଞ୍ଜନ ଓ ଉପହାରର ମଜା ନେବା ସହିତ ଅନ୍ନ ସେବାରେ ସାମିଲ ହୋଇଥିଲେ ଯେଉଁଥିରେ ନିଜର ୬୦ ତମ ଜନ୍ମଦିନରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ ନିଜେ ସମସ୍ତଙ୍କୁ ଖାଦ୍ୟ ପରସିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶାରେ ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭଦ୍ରକ, ବାଲେଶ୍ବର, ଭୁବନେଶ୍ୱର, ପୁରୀ ଓ ବରଗଡ଼ ରେ ୫୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଶୁଖିଲା ରାସନ / ଗ୍ରୋସରୀ ବଣ୍ଟନ କରାଯାଇଛି । ଶିଶୁ, ଵୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ନାଗରିକ, ଦିନ ମଜୁରିଆ, କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି, ଭିନ୍ନକ୍ଷମ, ମତ୍ସ୍ୟଜୀବୀ ଏବଂ ବିଶେଷ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀଙ୍କ ଜରିଆରେ ଏହି ଶୁଖିଲା ରାସନ / ଗ୍ରୋସରୀ ବଣ୍ଟନ କରାଯାଇଛି ।

ସୂଚନାଯୋଗ୍ୟ ଯେ କରୋନା ମହାମାରୀ ସମୟରେ ନୀତା ଅମ୍ବାନୀଙ୍କ ରିଲାଏନ୍ସ ଫାଉଣ୍ଡେସନ ଅନ୍ନ ସେବା ନାମରେ ସେହି ସମୟର ସବୁଠାରୁ ବଡ ଭୋଜନ ବିତରଣ କାର୍ଯ୍ୟକ୍ରମ କରିଥିଲା । ନୀତା ଅମ୍ବାନୀଙ୍କ ଜନ୍ମଦିନରେ ଭୋଜନ ବିତରଣ ସେହି ପରମ୍ପରାର ସମ୍ପ୍ରସାରଣ ବୋଲି ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କରାଯାଇଛି।

ଶିକ୍ଷା, ମହିଳା ସଶକ୍ତିକରଣ, କ୍ରୀଡା, କଳା ଓ ସଂସ୍କୃତି କ୍ଷେତ୍ରରେ ନୀତା ଅମ୍ବାନୀଙ୍କ ଅନେକ ଅନନ୍ୟ ଉପଲବ୍ଧି ରହିଛି । ନୀତାଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ ସାରା ଦେଶରେ ସାତ କୋଟି ଦଶ ଲକ୍ଷ ରୁ ଅଧିକ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି।

Sponsored
ନୀତା ଅମ୍ବାନୀଙ୍କ ୬୦ ତମ ଜନ୍ମଦିନରେ ଅନ୍ନ ସେବା, ସାରା ଦେଶରେ ୧.୪ ଲକ୍ଷ ଭୋଜନ ବଣ୍ଟନ | Argus English