Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାତିରେ ରାମ ମନ୍ଦିରର ଆକର୍ଷଣୀୟ ଦୃଶ୍ୟ

National

ରାତିରେ ରାମ ମନ୍ଦିରର ଆକର୍ଷଣୀୟ ଦୃଶ୍ୟ

Smruti Parija
Browse all articles by Smruti Parija
·2 years ago·1 min read
ରାତିରେ ରାମ ମନ୍ଦିରର ଆକର୍ଷଣୀୟ ଦୃଶ୍ୟ

ଅର୍ଗସ ବ୍ୟୁରୋ: ରାତିରେ ରାମ ମନ୍ଦିର କେମିତି ଦିଶୁଛି ।  ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ ପକ୍ଷରୁ ରାତିରେ ରାମ ମନ୍ଦିରର ଆଲୌକିକ ଦୃଶ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯାହା ଶ୍ରଦ୍ଧାଳୁଙ୍କ ମନ କିଣିନେଉଛି । 

1-ରାତିରେ ଏମିତି ଦିଶୁଛି ଶ୍ରୀରାମ ମନ୍ଦିର

2- ଜଟାୟୁ ପକ୍ଷୀର ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ

3-ମନ ମୋହୁଛି ପଥରରେ ନିଖୁଣ କାରୁକାର୍ଯ୍ୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

4-କାନ୍ଥରେ ରାମଙ୍କ କଥା

 

ଚଳଚଞ୍ଚଳ ଅଯୋଧ୍ୟା ମାଟି । ଚାରିଆଡେ ରାମଙ୍କ ଛବି । ଜୟ ଶ୍ରୀରାମ ନାରା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟ ଯେତେ ପାଖେଇ ଆସୁଛି ଶ୍ରୀରାମ ମନ୍ଦିର ବିଷୟରେ ଅଧିକରୁ ଅଧିକ ତଥ୍ୟ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ସେତିକି ବୃଦ୍ଧି ପାଉଛି । କୁହାଯାଉଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ୧୧୧୧ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହେବ ଅଯୋଧ୍ୟା ନଗରୀ । ଗଙ୍ଗା ଆଳତୀ ପରି  ସରୟୁ ତଟରେ ହେବ ଭବ୍ୟ ସରୟୁ ଆଳତୀ । ଶ୍ରୀରାମଙ୍କ ଏହି ଭବ୍ୟ ମନ୍ଦିର ସମ୍ପୂର୍ଣ୍ଣ ନିଜସ୍ୱ କୌଶଳରେ ନିର୍ମାଣ ହୋଇଛି । ମନ୍ଦିରରେ ରହିଛି 392ଟି ସ୍ତମ୍ଭ ଓ 44ଟି ଦ୍ୱାର । ମନ୍ଦିରର ଦୈର୍ଘ୍ୟ-380 ମିଟର, ପ୍ରସ୍ଥ-250 ମିଟର, ଉଚ୍ଚତା-161 ଫୁଟ୍ । 

ପ୍ରବେଶ ପାଇଁ ପାହାଚ-ରାମ୍ପ, ଭିନ୍ନକ୍ଷମଙ୍କ ପାଇଁ ଲିଫ୍ଟ ରହିଛି । ଆଉ ଏତେ ବଡ ଭବ୍ୟ ମନ୍ଦିର ନିର୍ମାଣରେ ଆଦୌ ଲୁହା ବ୍ୟବହାର କରାଯାଇନାହିଁ । ମନ୍ଦିର ପରିସରରେ 25 ହଜାର ଯାତ୍ରୀଙ୍କ ରହିବା ପାଇଁ ସୁବିଧା ରହିଛି । ମନ୍ଦିର ପରିସରରେ 70 % ସ୍ଥାନରେ ବୃକ୍ଷରୋପଣ କରାଯାଇଛି । ଏହି ସମାରୋହରେ ସାରା ଦେଶରେ 50 ହଜାର କୋଟିର ବ୍ୟବସାୟ ହେବ ବୋଲି ମଧ୍ୟ ଆକଳନ ହେଉଛି ।
 

Education Next Season 5
Sponsored
night-pictures-of-ayodhya-ramtemple | Argus English