Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାର ଛାନଭିନ୍ କରୁଛି NIA

National

ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାର ଛାନଭିନ୍ କରୁଛି NIA

Smruti Parija
Browse all articles by Smruti Parija
·2 years ago·1 min read
ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାର ଛାନଭିନ୍ କରୁଛି NIA

ଅର୍ଗସ ବ୍ୟୁରୋ:  ଦିଲ୍ଲୀରେ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା NIA । କୌଣସି ବିସ୍ଫୋରଣ ସାମଗ୍ରୀ ମିଳି ନଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସିସିଟିଭି ଫୁଟେଜର ପୂରା ସ୍କାନ କରୁଛି NIA ଟିମ୍‌ । 

ଦୁଇ ଅଭିଯୁକ୍ତ କିଭଳି ଇସ୍ରାଏଲ ଦୂତାବାସ ସାମ୍ନାରେ ପହଞ୍ଚିଲେ ଏବଂ କେଉଁ ରାସ୍ତା ଦେଇ ଆସିଲେ ତାର ତଦନ୍ତ ଚାଲିଛି । ଇସ୍ରାଏଲ୍ ଦୂତାବାସକୁ ଲେଖାଯାଇଥିବା ଧମକପୂର୍ଣ୍ଣ ଚିଠିକୁ ପୋଲିସ ଜବତ କରିଛି । ତେବେ ଘଟଣାସ୍ଥଳରୁ କୌଣସି ବିସ୍ଫୋରଣ ସାମଗ୍ରୀ ମିଳିନାହିଁ । ଏହି ଘଟଣା ପରେ ଦିଲ୍ଲୀରେ ରହୁଥିବା ଇସ୍ରାଏଲୀୟଙ୍କ ପାଇଁ ଜାତୀୟ ସୁରକ୍ଷା ପରିଷଦ ଏକ ଆଡଭାଇଜରି ଜାରି କରିଛି । ଭିଡ଼ ଜମିବା ସ୍ଥାନରୁ ଦୂରେଇ ରହିବା ସହ ସର୍ବସାଧାରଣ ସ୍ଥାନରେ ସତର୍କ ରହିବା ପାଇଁ ଅନୁରୋଧ କରାଯାଇଛି ।
 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
nia-investigating-about-the- incident-about near Israeli embassy in Delhi | Argus English