|
logo
Live

Argus News - ଶ୍ରଦ୍ଧାଳୁ ପିନ୍ଧିବେ ମୁସଲିମଙ୍କ ହାତ ତିଆରି ଟୋପି

National

ଶ୍ରଦ୍ଧାଳୁ ପିନ୍ଧିବେ ମୁସଲିମଙ୍କ ହାତ ତିଆରି ଟୋପି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଶ୍ରଦ୍ଧାଳୁ ପିନ୍ଧିବେ ମୁସଲିମଙ୍କ ହାତ ତିଆରି ଟୋପି

ଅର୍ଗସ ବ୍ୟୁରୋ:  ଉତ୍ତରପ୍ରଦେଶର ଅଯୋଧ୍ୟା ଧାମରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି। ୨୨ ଜାନୁଆରୀରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସାରା ଦେଶରେ ଉଲ୍ଲାସ ଦେଖାଦେଇଛି। ସଭିଏଁ ଏହି ଦିନକୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଉପହାର ନେଇ ପହଞ୍ଚୁଛନ୍ତି। ଏହା ମଧ୍ୟରେ ଏକ ମୁସଲିମ ପରିବାର ରାମ ନାମ ଲେଖା ଥିବା ଟୋପି ତିଆରି କରିବା ନେଇ ବେଶ ଖୁସି ପ୍ରକଟ କରୁଛନ୍ତି।

ଅମରୋହାରେ ରହୁଥିବା ମୁସଲିମ ପରିବାର ଶ୍ରୀ ରାମ ଲେଖା ହୋଇଥିବା ଟୋପି ତିଆରି କରିବେ ଭକ୍ତଙ୍କ ପାଇଁ  । ବଡ ବଡ ଅକ୍ଷରରେ ଲେଖା ହୋଇଥିବା ଜୟ ଶ୍ରୀ ରାମଙ୍କ ଏହି ଟୋପି ଶ୍ରଦ୍ଧାଳୁମାନେ ପିନ୍ଧିବେ। ହଠାତ ଜୟ ଶ୍ରୀରାମଙ୍କ ଟୋପି ତିଆରି କରିବା ପାଇଁ ଆସିଥିବା ଅର୍ଡର ପାଇ ମୁସଲିମ ପରିବାରର ସମସ୍ତ ଲୋକ ଭାରି ଖୁସିରେ ଅଛନ୍ତି। ଏହାସହ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରରେ ତାଙ୍କ ଟୋପିର ବ୍ୟବହାର କରାଯିବାକୁ ନେଇ ନିଜ ଉପରେ ଗର୍ବ ଅନୁଭବ କରୁଛନ୍ତି। ଯେଉଁ ଭକ୍ତମାନେ ଅଯୋଧ୍ୟା ଆସିବେ ସମସ୍ତଙ୍କ ମୁଣ୍ଡରେ ଥିବ ଟୋପି। ଆଉ ସେଥିରେ ଲେଖା ଥିବ ଶ୍ରୀ ରାମ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଶ୍ରଦ୍ଧାଳୁ ପିନ୍ଧିବେ ମୁସଲିମଙ୍କ ହାତ ତିଆରି ଟୋପି | Argus English