|
logo
Live

Argus News - ପତଞ୍ଜଳି ଯୋଗପୀଠ-ଭାରତୀୟ ସେନା ମଧ୍ୟରେ ଏମଓୟୁ

National

ପତଞ୍ଜଳି ଯୋଗପୀଠ-ଭାରତୀୟ ସେନା ମଧ୍ୟରେ ଏମଓୟୁ

Ritu Das
Browse all articles by Ritu Das
·2 years ago·1 min read
ପତଞ୍ଜଳି ଯୋଗପୀଠ-ଭାରତୀୟ ସେନା ମଧ୍ୟରେ ଏମଓୟୁ

ଅର୍ଗସ ବ୍ୟୁରୋ: ବାବା ରାମଦେବଙ୍କ ଯୋଗ, ଆୟୁର୍ବେଦ ଚିକିତ୍ସାର ସୁବିଧା ଏବେ ଭାରତୀୟ ସେନାର ଯବାନଙ୍କୁ ମିଳିବ। ପତଞ୍ଜଳି ଯୋଗପୀଠ ଏବଂ ଭାରତୀୟ ସେନା ଏହି ଚୁକ୍ତିରେ ଏବେ ସାମିଲ ହୋଇଛନ୍ତି। ସେନାରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ଯୋଗ, ଆୟୁର୍ବେଦ, ମେଡିସିନ, ଓ୍ବେଲନେସ, ହେଲଥକେୟାର ସହ ଆୟୁର୍ବେଦିକ ରିସର୍ଚ୍ଚ ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଉଭୟ ଅନୁଷ୍ଠାନ ମିଳିତ ହୋଇ କାମ କରିବେ। 

ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ପରିବର୍ତ୍ତନ ଆଣିଛି ପତଞ୍ଜଳି

ଭାରତୀୟ ସେନାର ବରେଲା ସ୍ଥିତ କାର୍ଯ୍ୟାଳୟରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣି, ଲେଫ୍ଟନାଣ୍ଟ ଜେନେରାଲ ଆରସି ତିଓ୍ବାରୀ, ବ୍ରିଗେଡିୟର ଅମନ ଆନନ୍ଦ ଏବଂ ମେଜର ବିବେକ ଜ୍ୟାକବ ଉପସ୍ଥିତ ଥିଲେ। ହିମାଳୟ ଅଞ୍ଚଳରେ କାର୍ଯ୍ୟକରୁଥିବା ସୈନିକଙ୍କ ସ୍ବାସ୍ଥ୍ୟକ୍ଷେତ୍ରରେ ଏଭଳି ପଦକ୍ଷେପ ବେଶ ଲାଭକାରୀ ହେବ ବୋଲି ଆଶା କରାଯାଉଛି। ସେହିଭଳି ଔଷଧୀୟ ଗୁଳ୍ମ କ୍ଷେତ୍ରରେ ଗବେଷଣା, ଆଇଟି ଓ ଅଟୋମେଶନର ବ୍ୟାପକ ବ୍ୟବହାର ଉପରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ସେନାରୁ ଅବସର ନେଇଥିବା ବ୍ୟକ୍ତିବିଶେଷଙ୍କୁ ପତଞ୍ଜଳିରେ ନିଯୁକ୍ତି ନେଇ ମଧ୍ୟ ସହମତି ହୋଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
ପତଞ୍ଜଳି ଯୋଗପୀଠ-ଭାରତୀୟ ସେନା ମଧ୍ୟରେ ଏମଓୟୁ | Argus English