Videos
|
National

ମଧ୍ୟପ୍ରଦେଶ: ଚୌହାନଙ୍କ ସ୍ଥାନ ନେବେ ଯାଦବ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମଧ୍ୟପ୍ରଦେଶ:  ଚୌହାନଙ୍କ ସ୍ଥାନ ନେବେ ଯାଦବ

ଅର୍ଗସ ବ୍ୟୁରୋ:  ମଧ୍ୟପ୍ରଦେଶବାସୀଙ୍କୁ ବିଜେପି ସରପ୍ରାଇଜ । ଚୌହାନଙ୍କ ସ୍ଥାନ ନେବେ ଯାଦବ । ବିଧାୟକ ଦଳ ବୈଠକରେ ମୋହନ ଯାଦବ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ମୋହନ ଯାଦବ ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ସହ ଛତିଶଗଡ଼ ଭଳି ମଧ୍ୟପ୍ରଦେଶରେ ମଧ୍ୟ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ମୋହନ ଯାଦବ ଉଜ୍ଜୈନ ଦକ୍ଷିଣ ଆସନରୁ କ୍ରମାଗତ ତୃତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ରେସ୍ ରେ ନଥିଲେ ବି ସମସ୍ତଙ୍କୁ ଚକିତ କରି ବିଜେପି ତାଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ତାଙ୍କ ନାମ ଉପରେ ଦଳୀୟ ଶୀର୍ଷ ନେତୃତ୍ବଙ୍କ ମୋହର ବାଜିବା ପରେ ଆଜି ବିଧାୟକ ଦଳ ବୈଠକରେ ତାଙ୍କ ନାମକୁ ନେଇ ସହମତି ପ୍ରକାଶ ପାଇଥିଲା ।

ମୋହନ ଯାଦବ ଜୁଲାଇ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଶିବରାଜ ସିଂ ଚୌହାନ କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ ଥିଲେ ।  ରାଜ୍ୟରେ  ରାଜେଶ ଶୁକ୍ଳା ଓ ଜଗଦୀଶ ଦେଓରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ନରେନ୍ଦ୍ର ସିଂ ତୋମର ବିଧାନସଭା ବାଚସ୍ପତି ହେବେ । ଆଜି ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ବିଜେପି ଓବିସି ମୋର୍ଚ୍ଚା ମୁଖ୍ୟ କେ ଲକ୍ଷ୍ମଣ ଏବଂ ସମ୍ପାଦକ ଆଶା ଲାକ୍ରା ମଧ୍ୟ ସାମିଲ ହୋଇଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mohan Yadav, an OBC, is surprise Madhya Pradesh chief minister | Argus English