Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପିର ବିଜୟ ପରେ ମୋଦୀଙ୍କର ଜନତାଙ୍କୁ ବାର୍ତ୍ତା

National

ବିଜେପିର ବିଜୟ ପରେ ମୋଦୀଙ୍କର ଜନତାଙ୍କୁ ବାର୍ତ୍ତା

Ritu Das
Browse all articles by Ritu Das
·2 years ago·1 min read
ବିଜେପିର ବିଜୟ ପରେ ମୋଦୀଙ୍କର ଜନତାଙ୍କୁ ବାର୍ତ୍ତା

ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ନିର୍ବାଚନ ଟ୍ରେଣ୍ଡରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହାକୁ ଦେଖିଲେ ଜଣାପଡ଼ୁଛି ଯେ, ଲୋକଙ୍କ ଭରସା କେବଳ ସୁଶାସନ ଉପରେ ରହିଛି। ବିଜେପି ଫର ଇଣ୍ଡିଆ ଉପରେ ଲୋକଙ୍କର ଆସ୍ଥା ରହିଛି। ସେଥିପାଇଁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଜନତା ଜନାର୍ଦ୍ଦନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। 

ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଜନତାଙ୍କୁ ଏକ ବାର୍ତ୍ତା ଲେଖିଛନ୍ତି,  ମୋଦୀ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ, କେବଳ ଭଲ ଶାସନ ଏବଂ ବିକାଶ ରାଜନୀତିରେ ଭାରତର ଲୋକଙ୍କର ବିଶ୍ବାସ ରହିଛି। ସେମାନଙ୍କର ବିଶ୍ବାସ ବିଜେପି ଉପରେ ଯଥେଷ୍ଟ ଅଛି। ଦଳ ଉପରେ ସେମାନଙ୍କର ପ୍ରେମ, ବିଶ୍ବାସ ଏବଂ ଆଶୀର୍ବାଦ ବର୍ଷୁଥିବାରୁ ମୁଁ ଏହି ସମସ୍ତ ରାଜ୍ୟର ପରିବାରବର୍ଗଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। 

ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ, ମୁଁ ଜନତାଙ୍କୁ ନିଶ୍ଚିତ କରୁଛି ଯେ, ଆମେ ଆପଣଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିବୁ। ଆମକୁ ଭାରତକୁ ବିଜୟୀ କରିବାକୁ ପଡ଼ିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
Modi's message | Argus English