ରାମ ମନ୍ଦିର ଉଦଘାଟନ ପୂର୍ବରୁ ରାମେଶ୍ବରମରେ ବୁଡ଼ ପକାଇଲେ ମୋଦି

ଅର୍ଗସ ବ୍ୟୁରୋ: ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ଏଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶର ଅନେକ ମନ୍ଦିର ପରିଦର୍ଶନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବେ ତାମିଲନାଡ଼ୁ ଗସ୍ତରେ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାମେଶ୍ବରମର ଆଙ୍ଗି ତୀର୍ଥ ବେଳାଭୂମିରେ ଏକ ପବିତ୍ର ବୁଡ଼ ପକାଇଛନ୍ତି। ସମୁଦ୍ରରେ ବୁଡ଼ ପକାିବାପରେ ଭଗବାନ ରାମନାଥସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।
#WATCH | Prime Minister Narendra Modi offers prayers at Sri Arulmigu Ramanathaswamy Temple in Rameswaram, Tamil Nadu. The Prime Minister also took a holy dip into the sea here. pic.twitter.com/v7BCSxdnSk
📱 Get Argus News App
✨ରୁଦ୍ରାକ୍ଷ ମାଳା ପିନ୍ଧିଥିବା ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡ଼ୁର ପ୍ରାଚୀନ ଶିବ ମନ୍ଦିର ରାମନାଥସ୍ବାମୀ ମନ୍ଦିରରେ ପ୍ରାର୍ଥନା କରିଥିଲେ। ଏହାପରେ ତାଙ୍କୁ ପୁରୋହିତମାନେ ପାରମ୍ପାରିକ ସମ୍ମାନ ପ୍ରଦାନ କରିଥିଲେ। ସେ ମନ୍ଦିରରେ ଆୟୋଜିତ ଭଜନରେ ମଧ୍ୟ ଭାଗ ନେଇଥିଲେ।
ତାମିଲନାଡ଼ୁର ରାମନାଥପୁରମ ଜିଲ୍ଲାର ରାମେଶ୍ବରମ ଦ୍ବୀପରେ ଥିବା ଶିବ ମନ୍ଦିରର ରାମାୟଣ ସହିତ ସଂଯୋଗ ଅଛି। କାରଣ ଏଠାରେ ଥିବ ଶିବ ଲିଙ୍ଗ ଶ୍ରୀ ରାମଙ୍କ ଦ୍ବାରା ସ୍ଥାପିତ ହୋଇଥିଲା। ଭଗବାନ ରାମ ଏବଂ ସୀତା ଦେବୀ ଏଠାରେ ପ୍ରାର୍ଥନା କରୁଥିଲେ। ତିରୁଚିରାପଲ୍ଲୀ ଜିଲ୍ଲାର ଶ୍ରୀ ରଙ୍ଗନାଥସ୍ବାମୀ ମନ୍ଦିରରେ ପୂଜା କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏଠାରେ ବାୟୁସେନା ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିଥିଲେ। ଏବଂ ବିଜେପି କର୍ମୀ ତଥା ସ୍ଥାନୀୟ ଲୋକେ ସେଠାରେ ତାଙ୍କୁ ଜୋରଦାର ସ୍ବାଗତ କରିଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର