Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଝାଡଖଣ୍ଡରୁ ଦୁଇଟି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୋଦି

National

ଝାଡଖଣ୍ଡରୁ ଦୁଇଟି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୋଦି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଝାଡଖଣ୍ଡରୁ ଦୁଇଟି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୋଦି

ଅର୍ଗସ ବ୍ୟୁରୋ: ଝାଡଖଣ୍ଡରୁ ଦୁଇଟି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯାହା ଜରିଆରେ ଭାରତ ତାର ଲକ୍ଷ୍ୟପଥରେ ପହଞ୍ଚିପାରିବ। ଏହି ଯାତ୍ରାର ଲକ୍ଷ୍ୟ ଲୋକଙ୍କ ନିକଟରେ ପହଞ୍ଚିବା ସହ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହାସହ ପରିମଳ ସୁବିଧା, ଅତ୍ୟାବଶ୍ୟକ ଆର୍ଥିକ ସେବା, ବିଜୁଳି , ରନ୍ଧନ ଗ୍ୟାସ, ଗରିବଙ୍କୁ ଘର ଭଳି ମୌଳିକ ସୁବଧା ପହଞ୍ଚାଇବା।

ଏହାସହ  ପ୍ରଧାନମନ୍ତ୍ରୀ ଜନଜାତୀୟ ଆଦିବାସୀ ନ୍ୟାୟ ମହାଭିଯାନର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାରେ ପାଖାପାଖି ୨୪ ହଜାର କୋଟିର ବ୍ୟୟବରାଦ ହୋଇଛି। ଯେଉଁଥିରେ ଦୁର୍ବଳ ଆଦିବାସୀ ସମୁଦାୟଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦିଆଯିବ। ଯାହା ମଧ୍ୟରେ ରହିଛି ଘର, ରାସ୍ତା, ବିଜୁଳି, ଟେଲିକମ୍ ସୁବିଧା ଭଳି ମୌଳିକ ସୁବିଧା। ଏହାସହ ସ୍ୱଚ୍ଛ ପିଇବା ପାଣି, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଜୀବନଧାରଣ ପାଇଁ ନିରନ୍ତର ରୋଜଗାର ଯୋଗାଇବା ଦିଗରେ ଏହି ଅର୍ଥ ଖର୍ଚ୍ଚ ହେବ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi has taken two historic decisions from Jharkhand | Argus English