Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମନ କି ବାତରେ `ନୂଆବର୍ଷ ପାଇଁ ନୂଆ ସଂକଳ୍ପ' ନେବାକୁ ଆହ୍ବାନ ଦେଇଛନ୍ତି ମୋଦି

National

ମନ କି ବାତରେ `ନୂଆବର୍ଷ ପାଇଁ ନୂଆ ସଂକଳ୍ପ' ନେବାକୁ ଆହ୍ବାନ ଦେଇଛନ୍ତି ମୋଦି

Ritu Das
Browse all articles by Ritu Das
·2 years ago·1 min read
ମନ କି ବାତରେ `ନୂଆବର୍ଷ ପାଇଁ ନୂଆ ସଂକଳ୍ପ' ନେବାକୁ ଆହ୍ବାନ ଦେଇଛନ୍ତି ମୋଦି

ଅର୍ଗସ ବ୍ୟୁରୋ: ମନ କି ବାତରେ `ନୂଆବର୍ଷ ପାଇଁ ନୂଆ ସଂକଳ୍ପ' ନେବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସମସ୍ତଙ୍କୁ ଫିଟ୍ ଏବଂ ସୁସ୍ଥ ରହିବାକୁ ପରାମର୍ଶ ଦେଇଛନ୍ତି। ଭାରତ ଏବେ ରୋକିବନି, ଆଗକୁ ଆଗେଇ ଚାଲିବ। ଭାରତର ଏ ବିକାଶଯାତ୍ରା ଆଗକୁ ବି ଜାରି ରହିବ । ସାରା ଭାରତ ଏବେ ଭୋକାଲ୍ ଫର୍ ଲୋକାଲକୁ ମହତ୍ବ ଦେଉଛି । ସାରା ବିଶ୍ବ ଆଶା ଏବଂ ଭରସାର ସହ ଆମକୁ ଦେଖୁଛି । ଭାରତକୁ ବିକାଶ ପଥରେ କୋଉ ଶକ୍ତି ଅଟକାଇ ପାରିବନି । ଭାରତର ସାମର୍ଥ୍ୟ କେତେ ପ୍ରଭାବଶାଳୀ ତାହା ଆମେ ପ୍ରମାଣ କରିପାରିଛୁ । ଆମ ସାମର୍ଥ୍ୟ ପ୍ରଦର୍ଶନ ଜାରି ରହୁ, ଏହା ନୂଆବର୍ଷରେ ଆଶା କହିଛନ୍ତି ପିଏମ୍ । ଅଯୋଧ୍ୟାରେ ନବନିର୍ମତ ରାମନ୍ଦିର କଥା କହିଲେ ପ୍ରଧାନମନ୍ତ୍ରୀ। 

ଶ୍ରୀରାମଙ୍କ ପାଇଁ କଳାଜଗତ ମଧ୍ୟ ଅନେକ ହୃଦୟସ୍ପର୍ଶି ସଙ୍ଗୀତ କରିଛି । କଳାକାରଙ୍କ କଣ୍ଠରେ ଶ୍ରୀରାମଙ୍କ ଭଜନ ଦେଶକୁ ରାମମୟ କରିଦେଇଛି । ସୁମଧୁର ସଙ୍ଗୀତକୁ ସେୟାର, ହ୍ୟାସଟାଗ୍ କରିବାକୁ କହିଲେ ପିଏମ୍ । ସବୁ ଦେଶବାସୀ ପ୍ରଭୁଙ୍କ ପ୍ରତିଷ୍ଠାର ଐତିହାସିକ ମୁହୂର୍ତ୍ତ ଅପେକ୍ଷାରେ ଅଛନ୍ତି । 2024ରେ ସଫଳତାର ନୂଆ ସୋପାନ ସମସ୍ତେ ଛୁଅଁନ୍ତୁ, ଏହା କାମନା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi has | Argus English