|
logo
Live

Argus News - ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଚରଣାମୃତ ପାନ କରି ୧୧ ଦିନିଆ ବ୍ରତ ଭାଙ୍ଗିଲେ ମୋଦୀ

National

PM Modi / ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଚରଣାମୃତ ପାନ କରି ୧୧ ଦିନିଆ ବ୍ରତ ଭାଙ୍ଗିଲେ ମୋଦୀ

Ritu Das
Browse all articles by Ritu Das
·2 years ago·1 min read
ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଚରଣାମୃତ ପାନ କରି ୧୧ ଦିନିଆ ବ୍ରତ ଭାଙ୍ଗିଲେ ମୋଦୀ

Key Points

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ଦିନର ଉପବାସ ଭାଙ୍ଗିଛନ୍ତି। ଗୋବିନ୍ଦ ଦେବ ଗିରି ମହାରାଜ ତାଙ୍କୁ ଚରଣାମୃତ ଦେଇ ଉପବାସ ଭଙ୍ଗ କରିଛନ୍ତି।

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନିଜର ୧୧ ଦିନର ଉପବାସ ଭାଙ୍ଗିଛନ୍ତି। ଗୋବିନ୍ଦ ଦେବ ଗିରି ମହାରାଜ ତାଙ୍କୁ ‘ଚରଣାମୃତ’ (ରୀତିନୀତି ପାଇଁ ବ୍ୟବହୃତ କ୍ଷୀରରେ ତିଆରି ମିଠା ପାନୀୟ) ଖୁଆଇ ତାଙ୍କର ଉପବାସ ଭଙ୍ଗ କରିଛନ୍ତି।

ମୋଦୀ ତାଙ୍କର ୧୧ ଦିନିଆ ଉପବାସକୁ ସଫଳତାର ସହ ସମାପ୍ତ କରିଥିବାରୁ ଗୋବିନ୍ଦ ଦେବ ଗିରି ମହାରାଜ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭକ୍ତିକୁ ପ୍ରଶଂସା କରିଛନ୍ତି। ଜାନୁଆରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଅଯୋଧ୍ୟାରେ ରାମଲଲାଙ୍କ ସମର୍ପଣ ସମାରୋହ ପର୍ଯ୍ୟନ୍ତ ସେ ୧୧ ଦିନିଆ ସ୍ୱତନ୍ତ୍ର ବ୍ରତ ରଖିବେ। ଏକ ଅଡିଓ ଜରିଆରେ  ତାଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ। ଜାନୁଆରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଯେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ସେ ୧୧ ବ୍ରତ ଦିନିଆ ପାଳନ କରିବେ।

ଉଲ୍ଲେଖଯୋଗ୍ୟ, ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଆଗରୁ ୧୧ ଦିନିଆ ବ୍ରତ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୈନିକ ଗୋଟାଏ ‘ବିଶେଷ ମନ୍ତ୍ର’ ପାଠ କରୁଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ଅଧ୍ୟାତ୍ମିକ ଜଗତ୍‌ ସହିତ ଜଡ଼ିତ ଜଣେ ମହାପୁରୁଷଙ୍କଠାରୁ ପ୍ରଧାନମନ୍ତ୍ରୀ ଏହି ମନ୍ତ୍ର ଗ୍ରହଣ କରିଥିଲେ। ସେଥିପାଇଁ ସେ ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରେ ୧ ଘଣ୍ଟା ୧୧ ମିନିଟ୍‌ ଧରି ଏହି ମନ୍ତ୍ର ଜପ କରି ଆସୁଥିଲେ। ୧୧ ଦିନିଆ ବ୍ରତ ସକାଶେ ମନ୍ତ୍ରଟି ବେଶ୍‌ ମହତ୍ତ୍ବପୂର୍ଣ୍ଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Related Topics

Explore more stories

Sponsored
PM Modi: ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଚରଣାମୃତ ପାନ କରି ୧୧ ଦିନିଆ ବ୍ରତ ଭାଙ୍ଗିଲେ ମୋଦୀ | Argus English