Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମିଜୋରାମରେ ବଦଳିଲା ସରକାର : ହାରିଗଲେ ମୁଖ୍ୟମନ୍ତ୍ରୀ ଜୋରମାଥାଙ୍ଗା

National

ମିଜୋରାମରେ ବଦଳିଲା ସରକାର : ହାରିଗଲେ ମୁଖ୍ୟମନ୍ତ୍ରୀ ଜୋରମାଥାଙ୍ଗା

Jitendra Dash
Browse all articles by Jitendra Dash
·2 years ago·1 min read
ମିଜୋରାମରେ ବଦଳିଲା ସରକାର : ହାରିଗଲେ ମୁଖ୍ୟମନ୍ତ୍ରୀ ଜୋରମାଥାଙ୍ଗା

ଅର୍ଗସ ବ୍ୟୁରୋ : ମିଜୋରାମରେ ବଦଳିଲା ସରକାର । ପରାସ୍ତ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ମଜୋରାମ ବିଧାନସଭା ନିର୍ବାଚନ ପାଇଁ ମତ ଗଣନା ସରିଛି । ଏବଂ ଏହାସହ ଗାଦିଚ୍ୟୁତ ହୋଇଛି ଏମଏନଏଫ୍ । ୪୦ ଆସନ ବିଶିଷ୍ଟ ବିଧାନସଭାର ୨୭ ଟି ଆସନ କବ୍ଜା କରିଛି ଜୋରାମ ପିପୁଲ୍ସ ମୁଭମେଣ୍ଟ । ସବୁଠାରୁ ବଡ଼ କଥା କ୍ଷମତାରେ ଥିବା ଏମଏନଏଫ ୧୧ ଜଣ ମନ୍ତ୍ରୀଙ୍କୁ ଟିକେଟ ମିଳିଥିଲା । ଏମାନଙ୍କ ମଧ୍ୟରୁ ୯ ଜଣ ପରାସ୍ତ ହୋଇଛନ୍ତି । ଏମଏନଏଫକୁ କେବଳ ୧୦ଟି ଆସନ ମିଳିଛି । \

ଅଧିକ ପଢନ୍ତୁ ଭାରତ ଖବର

ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଏମଏନଏଫର ମୁଖିଆ ଜୋରମଥାଂଗା ନିଜ ସିଟ ମଧ୍ୟ ବଞ୍ଚାଇ ପାରି ନାହାନ୍ତି । ଆଇଜୋଲ ଆସନରୁ ZPMର ଲାଲଥାନସାଂଗାଙ୍କ ଠାରୁ ୨,୧୦୧ ଭୋଟରେ ପରାସ୍ତ ହୋଇଛନ୍ତି ଜୋରାମଥାଂଗା । ଲାଲଥାନସାଂଗାଙ୍କୁ ୧୦,୭୨୭ ଖଣ୍ଡ ଭୋଟ ମିଳିଥିବା ବେଳେ ଜୋରାମଥାଂଗାଙ୍କୁ ୮୬୨୬ ଖଣ୍ଡ ଭୋଟ ମିଳିଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମଧ୍ୟ ପରାଜିତ ହୋଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ୧୩୫ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ରାଜ୍ୟରେ ବିଜେପିକୁ ୨ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଛି । ତେବେ ZPM କ୍ଷମତା ଦଖଲ କରିଥିବାରୁ ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବେ । ସେ ସେରଚ୍ଚିପ ଆସନରୁ ବିଜୀ ହୋଇଛନ୍ତି । ଲାଲଦୁହୋମା ୨୯୮୨ ଖଣ୍ଡ ଭୋଟରେ ଏମଏନଏଫ ପ୍ରାର୍ଥୀଙ୍କୁ ହରାଇଛନ୍ତି । ଲାଲଦୁହୋମା ବିଜୟ ପରେ କହିଛନ୍ତି, ମୁଁ ଆଦୌ ଆଶ୍ଚର୍ଯ୍ୟ ନୁହେଁ । ଏଠାରେ ଏହା ହିଁ ରେଜଲ୍ଟ ହେବାର ଥିଲା । ଏବେ ଲୋକଙ୍କ ସ୍ୱପ୍ନକୁ ପୂରଣ କରାଯିବ ।

Sponsored
Mizoram Election Results | Argus English