Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ପ୍ରଧାନମନ୍ତ୍ରୀଙ୍କ ଚଳିତ ବର୍ଷର ପ୍ରଥମ 'ମନ କି ବାତ' କାର୍ଯ୍ୟକ୍ରମ   

National

ଆଜି ପ୍ରଧାନମନ୍ତ୍ରୀଙ୍କ ଚଳିତ ବର୍ଷର ପ୍ରଥମ 'ମନ କି ବାତ' କାର୍ଯ୍ୟକ୍ରମ   

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜି ପ୍ରଧାନମନ୍ତ୍ରୀଙ୍କ ଚଳିତ ବର୍ଷର ପ୍ରଥମ 'ମନ କି ବାତ' କାର୍ଯ୍ୟକ୍ରମ   

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ । ଦିନ ୧୧ଟାରେ ପ୍ରସାରଣ ହେବ ମନ କି ବାତର ୧୦୯ ତମ ସଂସ୍କରଣ । ରେଡିଓ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପିଏମ୍‌ ମୋଦି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିବେ ପ୍ରଧାନମନ୍ତ୍ରୀ । ଏନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ଆୟୋଜନ କରାଯାଇଛି । ପ୍ରତି ମାସ ଶେଷ ରବିବାରରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି ପ୍ରଧାନମନ୍ତ୍ରୀ ।

ଯେଉଁଥିରେ କିଛି ସଫଳ ବ୍ୟକ୍ତିଙ୍କ ସଂଘର୍ଷର କଥା ଓ ସଫଳତାର କାହାଣୀ ସହ ଐତିହ୍ୟ ଓ ନୂଆ ଭାରତ ସମ୍ପର୍କରେ ନିଜର ଭାବ ପ୍ରକାଶ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ଥର ପ୍ରଧାନମନ୍ତ୍ରୀ ଓଡ଼ିଶାର ଅନେକ ସଫଳ ବ୍ୟକ୍ତିଙ୍କ କଥା ଓ କାହାଣୀକୁ ଦେଶବାସୀଙ୍କୁ କହିଛନ୍ତି । ୨୦୧୪ରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗତ ଏପ୍ରିଲରେ ମନ କି ବାତର ଶହେତମ ଏପିସୋଡ ପ୍ରସାରଣ ହୋଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mann Ki Baat: Prime Minister Narendra Modi will address his first Mann Ki Baat of the year 2024 today | Argus English