Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀରାମଙ୍କ ପାଇଁ କପଡା ତିଆରି, ଭକ୍ତ ବୁଣୁଛନ୍ତି ୨ଟି ସୂତା

National

ଶ୍ରୀରାମଙ୍କ ପାଇଁ କପଡା ତିଆରି, ଭକ୍ତ ବୁଣୁଛନ୍ତି ୨ଟି ସୂତା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଶ୍ରୀରାମଙ୍କ ପାଇଁ କପଡା ତିଆରି, ଭକ୍ତ ବୁଣୁଛନ୍ତି ୨ଟି ସୂତା

ରାମମୟ ଭାରତ । ଖାଲି ଅଯୋଧ୍ୟା ନୁହେଁ, ଦେଶରେ ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଅପେକ୍ଷା ।   ପ୍ରଭୁ ଶ୍ରୀରାମ ଆସିବେ ।   ରାମଙ୍କ ଆଗମନ ନେଇ ସବୁଆଡେ ଚାଲିଛି ପ୍ରସ୍ତୁତି । ତ୍ରେତୟା ଯୁଗ ପରି ସଜେଇ ହେଉଛି ଅଯୋଧ୍ୟା ନଗରୀ । ଏ ଭିତରେ ମୁମ୍ବାଇରେ ଆରମ୍ଭ ହୋଇଛି "ଦୋ ଧାଗେ ଶ୍ରୀରାମ କେଲିଏ " ଅଭିଯାନ । ଏହା ପାଇଁ ଶୁଦ୍ଧ ରେଶମ ସୂତା ଏବଂ ରୂପା ଜରି ବ୍ୟବହାର କରାଯାଉଛି। ଏହି ଅଭିଯାନରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ମାତ୍ର ୨ଟି ସୂତା ବୁଣିଥାନ୍ତି । 
ଶ୍ରୀରାମଙ୍କ ପାଇଁ କପଡା ପ୍ରସ୍ତୁତିରେ ପ୍ରତ୍ୟେକ ବ୍ୟକ୍ତି ମାତ୍ର ୨ଟି ସୂତା ବୁଣିବେ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ , ମାତ୍ର ୨ ସୂତା ବୁଣିବେ କାହିଁକି ? ଦୁଇଟି ସୂତା ବୁଣିଲେ କଣ କପଡା ତିଆରି ହୋଇ ପାରିବେ ? ଏହାର ଉତ୍ତରରେ ଏହି ଅଭିଯୋନର ଆୟଜକ ଅନାଘା ଘାଇସା କୁହନ୍ତି, ଏହି ସୂତା ବୁଣିବା ପାଇଁ ଲକ୍ଷ ଲକ୍ଷ ଲୋକ ଏଠାକୁ ଆସିଥାନ୍ତି । 

ଏଠାକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ପ୍ରଭୁ ଶ୍ରୀରାମଙ୍କ ପାଇଁ ଭକ୍ତି ଭାବନା ନେଇ ଆସିଛନ୍ତି। ଏହି ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହିନ୍ଦୁ ସମାଜ ଏକତ୍ରିତ ହେବା । ଲକ୍ଷ ଲକ୍ଷ ଲୋକ ଯେତେବେଳେ ଏକାସହ ମିଶି ୨ ଦୁଇଟି ସୂତା ବୁଣିବେ, ସେତେବଳେ ପ୍ରଭୁ ଶ୍ରୀରାମଙ୍କ ପାଇଁ ତିଆରି ହେବ କପଡା । ଏହି ଅଭିଯାନ ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତର ଏବଂ ପୁଣେର ହେରିଟେଜ୍ ହ୍ୟାଣ୍ଡୱେଭିଂ ରିଭାଇଭାଲ୍ ଚାରିଟେବୁଲ୍ ଟ୍ରଷ୍ଟ ଦ୍ୱାରା  ଆୟୋଜନ କରାଯାଇଛି। ଡିସେମ୍ବର 10 ରୁ ଆରମ୍ଭ ହୋଇଥିବା ଏହି  13 ଦିନିଆ ଅଭିଯନ ରେ ଲୋକଙ୍କ ଉତ୍ସାହ ଦେଖିବକୁ ମିଳୁଛି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Making cloth for Sriram, Devotee weaving only 2 threads | Argus English