Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସଂସଦରେ କଡାକଡି ଚେକିଂ,ଯୋତା ଖୋଲି ଯାଞ୍ଚ ପରେ ହେଉଛି ଅନୁପ୍ରବେଶ

National

ସଂସଦରେ କଡାକଡି ଚେକିଂ,ଯୋତା ଖୋଲି ଯାଞ୍ଚ ପରେ ହେଉଛି ଅନୁପ୍ରବେଶ

Smruti Parija
Browse all articles by Smruti Parija
·2 years ago
ସଂସଦରେ କଡାକଡି ଚେକିଂ,ଯୋତା ଖୋଲି ଯାଞ୍ଚ ପରେ ହେଉଛି ଅନୁପ୍ରବେଶ

ଅର୍ଗସ ବ୍ୟୁରୋ: ସଂସଦରେ ଅଜ୍ଞାତ ଯୁବକଙ୍କ ଅନୁପ୍ରବେଶ ମାମଲାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ । 8 କର୍ମଚାରୀଙ୍କୁ ସସପେଣ୍ଡ କଲା ଲୋକସଭା ସଚିବାଳୟ । ବୁଧବାର ଲୋକସଭା ଦର୍ଶକ ଗ୍ୟାଲେରିରୁ ଜଣେ ଅଜ୍ଞାତ ଯୁବକ ସାଂସଦମାନେ ବସିଥିବା ସ୍ଥାନକୁ ଡେଇଁ ପଡିଥିଲେ । ଏହି ମାମଲାରେ 5 ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏକ ଅନୁସନ୍ଧାନକାରୀ ଟିମ୍ ଗଠନ କରିଛି କେନ୍ଦ୍ରଗୃହ ମନ୍ତ୍ରାଳୟ ।

ସେପଟେ ସଂସଦ ଭବନ ପରିସରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ଗତକାଲିର ଘଟଣା ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ସଂସଦରେ ପ୍ରବେଶ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଦ୍ବାରା କଡ଼ା ଯାଞ୍ଚ ହେଉଛି । କେବଳ ମକର ଦ୍ୱାର ଦେଇ ସାଂସଦଙ୍କୁ ପ୍ରବେଶ ଅନୁମତି ରହିଛି । ସଂସଦ ଭବନକୁ ଆସୁଥିବା ସମସ୍ତଙ୍କୁ କଡ଼ା ଚେକିଂ କରାଯାଉଛି । ଜୋତା ଖୋଲି ସମସ୍ତଙ୍କ ଚେକିଂ କରୁଛନ୍ତି ସୁରକ୍ଷାକର୍ମୀ ।
 

ସଂସଦରେ ସୁରକ୍ଷା ଉଲ୍ଲଂଘନ ଘଟଣା; କାରଣ ଖୋଜିବ ଅନୁସନ୍ଧାନ କମିଟି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lok Sabha Secretariat suspends eight personnel for yesterday's security lapse incident | Argus English