Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁଷ୍କର୍ମ ଅପରାଧ ପାଇଁ ମୃତ୍ୟୁଦଣ୍ଡ : ଅମିତ ଶାହ 

National

ଦୁଷ୍କର୍ମ ଅପରାଧ ପାଇଁ ମୃତ୍ୟୁଦଣ୍ଡ : ଅମିତ ଶାହ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଦୁଷ୍କର୍ମ ଅପରାଧ ପାଇଁ ମୃତ୍ୟୁଦଣ୍ଡ : ଅମିତ ଶାହ 

 ନୂଆଦିଲ୍ଲୀ:  ଅଦାଲତରୁ ଆଉ ଶୁଣିବାକୁ ମିଳିବନି ତାରିଖ ପରେ  ତାରିଖ । ନୂଆ ଅପରାଧିକ ନିୟମ କହୁଛି ତୁରନ୍ତ ହେବ ନିଷ୍ପତ୍ତି ଆଉ  ତୁରନ୍ତ  ଦଣ୍ଡବିଧାନ।  ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ । ଲୋକସଭାରେ  ଅପରାଧ ଜନିତ  ତିନୋଟି  ବିଧେୟକ ପାସ୍‌ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହ ଲୋକ ସଭାରେ ଏହି ତିନି ନୂଆ ଅପରାଧିକ ଆଇନ୍ ଉପରେ ମନ୍ତବ୍ୟ ରଖିଥିଲେ । ପ୍ରସ୍ତାବିତ ଆଇନ୍‌ ଅନୁଯାୟୀ,  ଦୁଷ୍କର୍ମ ଅପରାଧ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁଷ୍କର୍ମରେ ଲିପ୍ତ ଥିବା ଅଭିଯୁକ୍ତକୁ ବି ମୃତ୍ୟୁଦଣ୍ଡ ଦିଆଯିବ । ଦୁଷ୍କର୍ମ ଏକ ଘୃଣ୍ୟ ଚିନ୍ତାଧାରା ଓ ଅପରାଧ । ନୂଆ ଆଇନ୍‌ରେ ଦୁଷ୍କର୍ମକାରୀକୁ ଫାଶୀ ଦେବର ବ୍ୟବସ୍ଥା କରୁଛୁ ବୋଲି ଶାହ କହିଥିଲେ।

 ବିରୋଧିଙ୍କୁ  ସିଧା ବାଣ ମାରିଥିଲେ ଶାହା । କହିଥିଲେ ଯେ କଂଗ୍ରେସ ମଧ୍ୟ ଦେଶରେ ବହୁ ବର୍ଷ ଶାସନ କରିଛି । ହେଲେ ଦୁଷ୍କର୍ମକାରୀଙ୍କ ବିରୋଧରେ କାହିଁକି ଆଇନ ତିଆରି କଲେ ନାହିଁ  ?  ବିରୋଧି କଥା ବନେଇ ଜାଣିଛି, ଗାଳି ଦେଇ ଜାଣିଛି । ହେଲେ ସତାରେ ରହିଥିବାବେଳେ ଆଇନ୍‌ ବନେଇବା ଭୁଲି ଯାଇଥିଲେ । ନୂଆ ବିଧେୟକର ଉଦ୍ଦେଶ୍ୟ ହେଲା, ଦେଶରେ ଅପରାଧିକ ନ୍ୟାୟ ପ୍ରଣାଳିକୁ ପୁର୍ନଜୀବିତ କରିବା  । ତିନୋଟି ନୂଆ ବିଧେୟକ ହେଉଛି, ଭାରତୀୟ  ନ୍ୟାୟ ସିଂହିତା ବିଲ ୨୦୨୩, ଭାରତୀୟ ନାଗରୀକ ସୁରକ୍ଷା ସଂହିତା ବିଲ ୨୦୨୩ ଏବଂ ଭାରତୀୟ ସାକ୍ଷ ବିଧେୟକ ୨୦୨୩ । ୧୫୦ ବର୍ଷ ପରେ ଏହି ତିନି ଆଇନରେ ପରିବର୍ତ୍ତନ ଅଣାଯିବା ଏକ ଗର୍ବର ବିଷୟ । ତେବେ ଲୋକସଭାରେ ଶାହା କହିଥିଲେ ଇଂଗ୍ରେଜଙ୍କ ଜମାନା କେବେଠୁ ଶେଷ ହୋଥିଲା କିନ୍ତୁ ତାଙ୍କର ଆଇନ୍‌ ରହିଯାଇଥିଲା ।  କିନ୍ତୁ ଏବେ ଇଂଗ୍ରେଜଙ୍କ ଆଇନ୍‌ର ମଧ୍ୟ  ସମପ୍ତା  ଘଟିଲା । ଶାହାଙ୍କ ଏମିତି ମନ୍ତବ୍ୟକୁ ନେଇ ଏବେ ଭାରି ଚର୍ଚ୍ଚା । 

ଅଧିକ ଦେଖନ୍ତୁ: 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Least number of mob lynchings since Independence under Modi government: Amit Shah | Argus English