|
logo
Live

Argus News - ଶିକ୍ଷାର ମହତ୍ତ୍ୱ ବୁଝିଛନ୍ତି ନାରାୟଣୀ ଟିଚର୍...

National

ଶିକ୍ଷାର ମହତ୍ତ୍ୱ ବୁଝିଛନ୍ତି ନାରାୟଣୀ ଟିଚର୍...

Smruti Parija
Browse all articles by Smruti Parija
·2 years ago·2 min read
ଶିକ୍ଷାର ମହତ୍ତ୍ୱ ବୁଝିଛନ୍ତି ନାରାୟଣୀ ଟିଚର୍...

ଅର୍ଗସ ବ୍ୟୁରୋ:  ପ୍ରତିଦିନ 25 କିମି ଚାଲି ଚାଲି ସେ ପିଲାଙ୍କୁ ପାଠ ପଢାନ୍ତି । ବୟସ, ଖରାପ ପାଗ, କି ପରିବର୍ତ୍ତନ ହେଉଥିବା ସିଲାବସରେ ତାଙ୍କୁ  ଫରକ ପଡେନି । ଯେତେ ଖରା, ଶୀତ,ବର୍ଷା ହେଉ ନା କାହିଁକି ସେ କାନ୍ଧରେ ବ୍ୟାଗଟିଏ ଆଉ ହାତରେ ଛତାଟିଏ ଧରି ସଅଳ ସଅଳ ବାହାରି ପଡନ୍ତି ପିଲାଙ୍କୁ ପଢାଇବାକୁ । ଆଖପାଖ ଲୋକ ତାଙ୍କୁ ନାରାୟଣୀ ଟିଚର୍ ବୋଲି କୁହନ୍ତି ।  

ତାଙ୍କ ଦିନ ଆରମ୍ଭ ହୁଏ ସକାଳ 4.30 ରେ । ଆଉ 6.30 ସୁଦ୍ଧା ସେ ପ୍ରଥମ ଘରେ ଟିଉସନ କରାଇବାକୁ ପହଞ୍ଚି ଯାଆନ୍ତି ।  ଆଉ ସେତେବେଳୁ ସେ ଗୋଟିଏ ପରେ ଗୋଟିଏ ଘରକୁ ଚାଲି ଚାଲି ଟିଉସନ କରିବାକୁ ଯାଆନ୍ତି । ଟିଉସନ ସାରି ଘରେ ପହଞ୍ଚିବା ବେଳକୁ ହୋଇଯାଏ ରାତି । 

ନାରାୟଣୀ ଟିଚର୍ 1971 ମସିହାରେ ଦଶମ ପାସ କରିଥିଲେ । କେବେ ବି କଲେଜ ମାଟି ମାଡିନାହାନ୍ତି । ହେଲେ ତାଙ୍କୁ 4ଟି ଭାଷା ଆସେ । ଇଂରାଜୀ,ମାଲାୟଲମ, ହିନ୍ଦୀ ଓ ସଂସ୍କୃତରେ ସେ ପାରଙ୍ଗମ । ସେ 15 ବର୍ଷ ବୟସରୁ ପାଠ ପଢାଇବା ଆରମ୍ଭ କରିଥିଲେ । କିନ୍ତୁ ସ୍କୁଲ ଟିଚର୍ ନଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଗତ 50 ବର୍ଷ ହେଲାଣି ସେ ଶିକ୍ଷକତା କରୁଛନ୍ତି । ଆଉ ତାଙ୍କର ସମସ୍ତଙ୍କ ଛାତ୍ର ସେ ପଠାଉଥିବା ବିଷୟରେ ଭଲ ମାର୍କ ରଖନ୍ତି ବୋଲି କହିଛନ୍ତି ନାରାୟଣୀ ଟିଚର୍ । 
ଏନେଇ ନାରାୟଣୀ ଟିଚର୍ କୁହନ୍ତି ଯେ ପର୍ଯ୍ୟନ୍ତ ମୋ ସ୍ୱାସ୍ଥ୍ୟ ଭଲ ଅଛି ସେତେବେଳ ଯାଏଁ ମୁଁ ଏମିତି ଚାଲି ଚାଲି ଯିବି ପିଲାଙ୍କୁ ପାଠ ପଢାଇବି । ଏପରିକି ସେ କୋରୋନା ସମୟରେ ବି ପିଲାଙ୍କ କ୍ଲାସ ବନ୍ଦ କରିନାହାନ୍ତି । ଲକଡାଉନରେ ବି ପିଲାଙ୍କୁ ପାଠ ପଢାଇଛନ୍ତି । 

କେରଳର କାସରଗୁଡ ଅଞ୍ଚଳରେ ଏକ ଭଡା ଘରେ ରୁହନ୍ତି ନାରାୟଣୀ ଟିଚର୍ ଏବଂ ତାଙ୍କ ସ୍ୱାମୀ । ଆଉ ତାଙ୍କର ଏକ ସ୍ୱପ୍ନ ହେଉଛି କିପରି ଘଡା ଘରୁ ନିଜର ଏକ ଘର ଟିଏ କରିବେ । ଭଲରେ ରହିବେ । 

ବୁଝିଛନ୍ତି ଶିକ୍ଷାର ମହତ୍ତ୍ୱ । ଜାଣିଛନ୍ତି ପାଠ ଦି ଅକ୍ଷର ପଢିଥିଲେ ଖାଲି ନିଜେ ନୁହେଁ ଗୋଟେ ପରିବାର, ଗୋଟେ ସମାଜ ଶିକ୍ଷିତ ହେବ । ସେଥିପାଇଁ ତ 65 ବର୍ଷ ବୟସରେ ବି ସେ ଘର ଘର ବୁଲି ପିଲାଙ୍କୁ ପାଠ ପଢାଉଛନ୍ତି । 
 

Sponsored
ଶିକ୍ଷାର ମହତ୍ତ୍ୱ ବୁଝିଛନ୍ତି ନାରାୟଣୀ ଟିଚର୍... | Argus English