Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହାତ ବଦଳାଇଲା ନିର୍ବାଚନ ରଣନୀତି : ହାରିଲ ତ ପଦ ଛାଡ !

National

ହାତ ବଦଳାଇଲା ନିର୍ବାଚନ ରଣନୀତି : ହାରିଲ ତ ପଦ ଛାଡ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ହାତ ବଦଳାଇଲା ନିର୍ବାଚନ ରଣନୀତି : ହାରିଲ ତ ପଦ ଛାଡ !

Key Points

  • କଂଗ୍ରେସର ନୂଆ ଫଣ୍ଡା
  • ହାରିଲ ତ ପଦ ଛାଡ
  • ଚିନ୍ତାରେ କମଲନାଥ

ଅର୍ଗସ ବ୍ୟୁରୋ: ତିନି ତିନୋଟି ରାଜ୍ୟରେ କଂଗ୍ରେସ ହାରିବା ପରେ ଏବେ ବଦଳିଛି ରଣନୀତି । ଯିଏ ଦଳକୁ ଜିତାଇପାରିବନି ସିଏ ପଦରେ ରହିପାରିବନି ବୋଲି କାଳେ ଭିତରିଆ ହ୍ଵିପ ଜାରି କରିଛି ହାତ ଦଳ । ଆଉ ଏହାରି ଭିତରେ ମଧ୍ୟପ୍ରଦେଶରେ ଯେମିତି ଭାବରେ କଂଗ୍ରେସର ପରାଜୟ ହେଲା ତାହାକୁ ନେଇ ଚିନ୍ତାରେ ଏମପିର ପିସିସି ସଭାପତି କମଲନାଥ ।

ନିର୍ବାଚନ ହାରିବା ପରେ ଇସ୍ତଫା ଦେବେ କଂଗ୍ରେସ ନେତା କମଲନାଥ । ପଦ ଛାଡିବାକୁ କହିଲା କଂଗ୍ରେସ । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାଜ୍ୟ ସଭାପତି ପଦରୁ କମଳନାଥଙ୍କୁ ଇସ୍ତଫା ଦେବାକୁ ଦଳ କହିଛି । କାରଣ ନିର୍ବାଚନ ପୂର୍ବରୁ ଏମପିରେ କଂଗ୍ରେସର ମଙ୍ଗ ଧରିଥିଲେ କମଲନାଥ । ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ମଧ୍ୟ ଥିଲେ। ହେଲେ ରବିବାର ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳରେ ବିଜେପି ୧୬୩ଟି ଆସନ ଏବଂ କଂଗ୍ରେସ ମାତ୍ର ୬୬ଟି ଆସନ ଜିତିଛି । ଯେଉଁଥି ଲାଗି କମଲନାଥଙ୍କୁ ସିଂହାସନ ଛାଡିବାକୁ ପଡିବା ନେଇ ଚର୍ଚ୍ଚା ଜୋର ଧରିଛି । 

ଏମିତିକି ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଆ ମେଣ୍ଟର ନେତାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ କମଲନାଥ । ଯାହାକୁ ନେଇ ଶୀର୍ଷସ୍ତରର ନେତା ଖପ୍ପା ଥିଲେ । ଆଉ ଏହି ମୌକାରେ ଚୌକା ମାରିଛି ଦଳ, କମଲନାଥଙ୍କୁ ହାତରୁ ଯାଉଛି କଂଗ୍ରେସ ରାଜ୍ୟ ସଭାପତି ଚୌକି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
MP | Argus English