Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଦମ୍ୟ ଇଚ୍ଛାଶକ୍ତି ହିଁ ମନୁଷ୍ୟକୁ ସଫଳ କରାଇଥାଏ

National

ଅଦମ୍ୟ ଇଚ୍ଛାଶକ୍ତି ହିଁ ମନୁଷ୍ୟକୁ ସଫଳ କରାଇଥାଏ

Ritu Das
Browse all articles by Ritu Das
·2 years ago·2 min read
ଅଦମ୍ୟ ଇଚ୍ଛାଶକ୍ତି ହିଁ ମନୁଷ୍ୟକୁ ସଫଳ କରାଇଥାଏ

ଅର୍ଗସ ବ୍ୟୁରୋ: ବୟସ ୨୪ ବର୍ଷ। ଆଖିରେ ଆଖିଏ ସ୍ବପ୍ନ। ଘରର ଦାରିଦ୍ର୍ୟତା ଏବଂ ଆବଶ୍ୟକତାକୁ ପୂରଣ କରିବାକୁ ଏକ ଛୋଟ ଜୁସ ଦୋକାନ କରିଥିଲେ। ସେଇଥିରେ ଘରର ଗୁଜରାଣ ମେଣ୍ଟୁଥିଲା। ଜୁସ ଦୋକାନ କରି ଘର ସିନା ଚଳାଉଥିଲେ କିନ୍ତୁ ସ୍ବପ୍ନ ଦେଖିଥିଲେ ମାଷ୍ଟର ସେଫ ହେବାକୁ କାରଣ ରୋଷେଇ କରିବାରେ ଥିଲା ପ୍ରବଳ ଆଗ୍ରହ। ସେଥିପାଇଁ ଦୋକାନ କାମ ପରେ ଘରେ ଭିନ୍ନ ଭିନ୍ନ ଡିସ ପ୍ରସ୍ତୁତ କରି ଘର ଲୋକଙ୍କୁ ଖୁଆଉଥିଲେ। ନାଁ ହେଲା ମହମ୍ମଦ ଆଶିକ।  ଘର କର୍ଣ୍ଣାଟକର ମାଙ୍ଗାଲୋରେ। ଆଶିକ ନିଜ ଗାଁର କୁଲୁକ୍କି ହବଠାରେ ଏକ ଜୁସ ଦୋକାନ କରିଥିଲେ। ନୂଆ ନୂଆ ଡିସ ବନାଇବାରେ ପ୍ରବଳ ଆଗ୍ରହ ଥିଲା। ଆଉ ଆଗ୍ରହ ଏବଂ ସ୍ବପ୍ନ ସତ କରିବାକୁ ସେ ମାଷ୍ଟରସେଫ ଇଣ୍ଡିଆ ପ୍ଲାଟଫର୍ମରେ ପହଞ୍ଚିଥିଲେ। ଆଉ ଏହି ଯାତ୍ରାରେ ସେ ଆଜି ସଫଳ ହୋଇଛନ୍ତି। 

ମାଷ୍ଟରସେଫ ଇଣ୍ଡିଆର ଏହି ସିଜନ ୮ ସପ୍ତାହ ଧରି ଚାଲିଥିଲା। ଚଳିତଥର ସେଫ ବିକାଶ ଖନ୍ନା, ରଣବୀର ବ୍ରାର ଏବଂ ପୂଜା ଢିଙ୍ଗରା ସୋକୁ ଜଜ କରୁଥିଲେ। ଆଉ ଶେଷରେ ଆଶିକଙ୍କ ନାଁ ଓ୍ବିନର ଭାବେ ଘୋଷଣା କରିଥିଲେ। ଆଉ ଏହି ମୋମେଣ୍ଟ ଥିଲା ତାଙ୍କ ପାଇଁ ଭାରି ସ୍ପେଶାଲ। ଆଶିକ ଦିନକୁ ଦିନ ଜଜେସ ମାନଙ୍କୁ ଶୋରେ impresss କରିବାରେ ଲାଗିଥିଲେ। ତାଙ୍କ ପାଖରେ ସେତିକି ପ୍ରତିଭା ମଧ୍ୟ ଥିଲା।  

ଦୀର୍ଘ  ମାସକର ସଂଘର୍ଷ ପରେ ଆଶିକ ମାଷ୍ଟରସେଫର ଟ୍ରଫି ନେବାରେ ସକସେସ ହୋଇଥିଲେ। ଟ୍ରଫି ସହ ଆଶିକଙ୍କୁ ୨୫ଲକ୍ଷର ଚେକ ଦିଆଯାଇଥିଲା। 
ଜିତିବା ପରେ ଆଶିକ କହିଛନ୍ତି ମୁଁ ମୋ ଏହି ଯାତ୍ରାକୁ ନେଇ ଭାରି ଗର୍ବିତ। ଏଲିମିନେଶନ ରାଉଣ୍ଡରୁ ଆରମ୍ଭ କରି ଟ୍ରଫି ଜିତିବା ପର୍ଯ୍ୟନ୍ତ ଯାତ୍ରା ମୋ ମାଇଁ ଏକ ଶିକ୍ଷା ଥିଲା। ତିନି ତିନି ଜଣ ଜଜେସ ମୋ ପାଇଁ ଭଗବାନ ଥିଲେ। କାରଣ ବିକାଶ ଏବଂ ରଣବୀରଙ୍କ କୁକିଂର ସମସ୍ତେ ଫ୍ୟାନ। ମାଷ୍ଟରସେଫ ଇଣ୍ଡିଆ ମୋ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ବଦଳାଇଦେଲା। ଏବେ ବି ଲାଗୁଛି ଯେମିତି ମୁଁ ସ୍ବପ୍ନ ଦେଖୁଛି। ଆଉ ଗୋଟିଏ କଥା ସମସ୍ତଙ୍କୁ ସ୍ପପ୍ନ ଦେଖିବା ଦରକାର। ଆଉ ଏହାକୁ ସାକାର କରିବାକୁ ଦୃଢ଼ ପରିଶ୍ରମ କରିବା ଦରକାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର
 

Sponsored
It is the unyielding | Argus English