Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଦୃଶ୍ୟ ଶକ୍ତିର ପଡିଲା କି କୋପ ?

National

ଅଦୃଶ୍ୟ ଶକ୍ତିର ପଡିଲା କି କୋପ ?

Manini Pattanayak
Browse all articles by Manini Pattanayak
·2 years ago·1 min read
ଅଦୃଶ୍ୟ ଶକ୍ତିର ପଡିଲା କି କୋପ ?

ନୂଆଦିଲ୍ଲୀ: ଉତ୍ତରକାଶୀ ନିର୍ମାଣଧୀନ ଟନେଲ ଭୁଶୁଡିବାର ଆଜକୁ ୧୬ ଦିନ ହେଲାଣି। ସେଥିରେ ଫସିରହିଛନ୍ତି ୪୧ ଶ୍ରମିକ।  ସେମାନଙ୍କ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ  ମଧ୍ୟ ଚାଲିଛି। କିନ୍ତୁ ଉଦ୍ଧାରକାରୀ ପହଞ୍ଚିପାରୁନାହାଁନ୍ତି ଶ୍ରମିକଙ୍କ ନିକଟରେ।  ଉନ୍ନତ ମାନର ମେଶିବି ହାର ମାନୁଛି ରେସ୍କ୍ୟୁ ଅପରେସନ୍ ରେ।  ବାହାର ଦେଶରୁ  ଆସିଥିବା ବ୍ୟୟବହୁଳ ମେସିନ୍‌  ପାହାଡକୁ ଭାଙ୍ଗିବା ପରିବର୍ତ୍ତେ ନିଜେ  ହେଉଛି ଚୁରମାର।  ତେବେ ଏମତି କିପରି ହେଉଛି ?  କଣ ପାଇଁ  ଉନ୍ନତ୍ତ ମାନର ମେଶିନ୍‌ ବି ମାନୁଛି ହାର? ଉଦ୍ଧାର କାର୍ଯ୍ୟରେ ଏତେ ବାଧକ ଆସୁଛି କାହିଁକି?  କଣ କିଛି ଅଦୃଶ୍ୟ ଶକ୍ତିର କୋପ ଦୃଷ୍ଟି ପଡିଛି କି ? ହଁ କୋପ ପଡିଛି  ବାବା ଭୋଙ୍କର।  

ଏହା ଆମେ କହୁନୁ, କହୁଛନ୍ତି ସ୍ଥାନୀୟ ଅଂଚଳ ଲୋକେ।  ଚର୍ଚ୍ଚା  ହେଉଛି ଟନେଲ ନିର୍ମାଣ ସମୟରେ ବାବା ଭୋକ ନାଗଙ୍କ ମନ୍ଦିର ଭାଙ୍ଗି ଥିବାରୁ କ୍ରୋଧିତ ଅଛନ୍ତି ବାବା ଭୋକ ନାଗ । ଯେଉଁଥିପାଇଁ  ଏହି ଅଘଟଣ ହେଇଛି।  ଯେଉଁଥିପାଇଁ ଉଦ୍ଧାର ହେଇପାରୁନାହାଁନ୍ତି ଶ୍ରମିକ।  ତେଣୁ ଖୁବ ଶୀଘ୍ର ସମସ୍ତ ଅଧିକାରୀ ବାବା ଭୋକ ନାଗ ଙ୍କୁ କ୍ଷମା ମାଗିବା ପରେ ସମସ୍ତ ଶ୍ରମିକ ଶୀଘ୍ର ବାହାରକୁ ଆସିପାରିବେ ବୋଲି କହୁଛନ୍ତି ସ୍ଥାନୀୟ ଲୋକେ।  ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ ଭି କେ ସିଂ ପହଂଚି ବାବା ଗୋଖନାଥଙ୍କୁ ପାର୍ଥନା କରିଛନ୍ତି କିଭଳି ସମସ୍ତ ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର କରାଯିବ  ବୋଲି।  ନିର୍ମାଣଧୀନ ଟନେଲରୁ ବାବା ଭୋକନାଗଙ୍କ ମୁଖ୍ୟ ମନ୍ଦିର ପାଖାପାଖି ୪୦କିଲୋମିଟର। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେତୁ ସୀଲକୟାରା ଟନେଲର ପ୍ରୋଜେକଟ ମ୍ୟାନେଜର ରାଜେଶ ପାୱାର ବାବା ଗୋଖନାଥଙ୍କ ପାଖକୁ ଯାଇ କ୍ଷମା ମାଗିବା ସହ ଶ୍ରମିକଙ୍କ ମୁକ୍ତି ପାଇଁ ପାର୍ଥନା କରିଥିଲେ।  
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
It has been 16 days since the under-construction tunnel collapsed in Uttarkashi. 41 workers are trapped in it. | Argus English