Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇସ୍ରୋ ରଚିଲା ଇତିହାସ, ନୂଆବର୍ଷରେ ଐତିହାସିକ ମିଶନ  

National

ଇସ୍ରୋ ରଚିଲା ଇତିହାସ, ନୂଆବର୍ଷରେ ଐତିହାସିକ ମିଶନ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଇସ୍ରୋ ରଚିଲା ଇତିହାସ, ନୂଆବର୍ଷରେ ଐତିହାସିକ ମିଶନ  

ନୂଆଦିଲ୍ଲୀ: ନୂଆବର୍ଷରେ ଇସ୍ରୋର ଐତିହାସିକ ମିଶନ । ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ସଫଳ ଉତକ୍ଷେପଣ ହେଲା ଏକ୍ସପୋସ୍ୟାଟ୍  ସାଟେଲାଇଟ୍ । ପ୍ରଥମ ଥର ପାଇଁ ଇସ୍ରୋ ଏପରି ଏକ ସାଟେଲାଇଟ୍ ଲଞ୍ଚ କରିଛି, ଯାହା ବ୍ରହ୍ମାଣ୍ଡର ରହସ୍ୟ ଭେଦ କରିବ । ଉତକ୍ଷେପଣର ପ୍ରାୟ ୨୨ ମିନିଟ୍ ପରେ ଏକ୍ସପୋସ୍ୟାଟ୍ ସାଟେଲାଇଟ୍ ଏହାର ନିର୍ଦ୍ଦିଷ୍ଟ କକ୍ଷପଥରେ ନିୟୋଜିତ ହେବ ।

ଏହି ସାଟେଲାଇଟ୍ ବ୍ରହ୍ମାଣ୍ଡର 50ଟି ଉଜ୍ଜ୍ୱଳ ଉତ୍ସର ଫଟୋଚିତ୍ର ପଟାଇବା ସହ ଅଧ୍ୟୟନ କରିବ। ଆକାଶଗଙ୍ଗା, ରେଡିଏସନ୍, ପଲସର୍, ବ୍ଲାକହୋଲ୍ସ  ପରି ଉତ୍ସ ବିଷୟରେ ଉଚ୍ଚସ୍ତରୀୟ ବଗେଷଣା ପାଇଁ ଇସ୍ରୋ ପକ୍ଷରୁ ଏହି ସାଟେଲାଇଟ ଲଞ୍ଚ କରାଯିବ । ଏହି ଉପଗ୍ରହକୁ 650 କିଲୋମିଟର ଉଚ୍ଚରେ ନିୟୋଜିତ କରାଯିବ । ଏହି ମିଶନ୍ ୨୦୧୭ରେ ISRO ଦ୍ୱାରା ଆରମ୍ଭ ହୋଇଥିଲା। ମିଶନରେ ୯ କୋଟି ୫୦ ଲକ୍ଷ ଟଙ୍କା ନିବେଶ କରାଯାଇଛି । 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
ISRO made history, historic mission in New Year | Argus English