Videos
|
National

ଚନ୍ଦ୍ରଯାନ 3ରେ ବ୍ୟବହୃତ ପ୍ରୋପଲସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଆଣିଲା ଇସ୍ରୋ

Smruti Parija
Browse all articles by Smruti Parija
·2 years ago·1 min read
ଚନ୍ଦ୍ରଯାନ 3ରେ ବ୍ୟବହୃତ ପ୍ରୋପଲସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଆଣିଲା ଇସ୍ରୋ

ଅର୍ଗସ ବ୍ୟୁରୋ:  ମହାକାଶ ଗବେଷଣାରେ ଇସ୍ରୋକୁ ବଡ଼ ସଫଳତା । ଚନ୍ଦ୍ରୟାନ 3 ରେ ବ୍ୟବହାର ହୋଇଥିବା ପ୍ରୋପଲସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଆଣିବାରେ ଇସ୍ରୋ ସଫଳ ହୋଇଛି । ଚନ୍ଦ୍ରଯାନ ଥ୍ରୀକୁ ଚନ୍ଦ୍ର କକ୍ଷରେ ପହଞ୍ଚାଇବାରେ ସଫଳ ଭୂମିକା ନେଇଥିବା ପ୍ରୋପଲସନ ମଡ୍ୟୁଲ, ଲ୍ୟାଣ୍ଡର ଠାରୁ ଅଲଗା ହୋଇ ଚନ୍ଦ୍ର କକ୍ଷରେ ବୁଲୁଥିଲା । ଏହାକୁ ଫେରାଇ ଆଣିବାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସଫଳ ହୋଇଛି ।

ଅଵତରଣ ପୂର୍ଵରୁ ସାମ୍ନାକୁ ଆସିଲା ଚନ୍ଦ୍ରର ଆଉ ଏକ ଫଟୋ

ତେବେ କେବଳ ଚନ୍ଦ୍ର ପୃଷ୍ଟକୁ ପ୍ରେରଣ ନୁହେଁ ଏଥର ଫେରାଇ ଆଣିବାର କ୍ଷମତା ମଧ୍ୟ ରଖୁଛି ଇସ୍ରୋ । ତେବେ ଚନ୍ଦ୍ର ପୃଷ୍ଠରେ ଥିବା ଲ୍ୟାଣ୍ଡର ଓ ରୋଭର ଫ୍ରିଜ୍ ହୋଇନଥିବାରୁ ସେମାନଙ୍କୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଉଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଜୁଲାଇ ୧୪ରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନଙ୍କୁ ନେଇ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ସ୍ପେଶକ୍ରାଫ୍ଟ । ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ISRO brings back Chandrayaan-3 Propulsion Module to Earth's orbit | Argus English