Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 7 ଥରର ବିଧାୟକ ରବିନ୍ଦ୍ର ଚୌବେଙ୍କୁ ହରାଇଲେ ଇଶ୍ବର ସାହୁ

National

7 ଥରର ବିଧାୟକ ରବିନ୍ଦ୍ର ଚୌବେଙ୍କୁ ହରାଇଲେ ଇଶ୍ବର ସାହୁ

Smruti Parija
Browse all articles by Smruti Parija
·2 years ago·1 min read
7 ଥରର ବିଧାୟକ ରବିନ୍ଦ୍ର ଚୌବେଙ୍କୁ ହରାଇଲେ ଇଶ୍ବର ସାହୁ

ଅର୍ଗସ ବ୍ୟୁରୋ: ଦଙ୍ଗାରେ ଚାଲିଯାଇଥିଲା ପୁଅର ଜୀବନ । ନ୍ୟାୟ ପାଇଁ ଶ୍ରମିକ ବାପା ବନିଲେ ବିଧାୟକ । ଛତିଶଗଡ ବିଧାନସଭା ନିର୍ବାଚନରେ ବାଜି ଲେଉଟାଇ ବଡ ବିଜୟ ହାସଲ କରିଛି ବିଜେପି । ୯୦ ଆସନରୁ ୫୪ଟି ସିଟ୍‌ ଜିତି 5 ବର୍ଷ ପରେ କ୍ଷମତାକୁ ଫେରିଛି । ତେବେ ଏହି ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ତଥା 7 ଥରର ବିଧାୟକ ରବିନ୍ଦ୍ର ଚୌବେଙ୍କୁ ହରାଇଛନ୍ତି ପ୍ରଥମ ଥର ପାଇଁ ନିର୍ବାଚନ ଲଢିଥିବା ଇଶ୍ବର ସାହୁ । 

ସେ ପେଶାରେ ଜଣେ ଶ୍ରମିକ ହେଲେ ମଧ୍ୟ ପୁଅ ପାଇଁ ନ୍ୟାୟ ଲଢେଇ ଲଢି ଆଜି ବିଜୟ ହାସଲ କରିଛନ୍ତି । ଚଳିତବର୍ଷ ସାଜା ବିଧାନସଭାର ବିରନପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏକ ସ୍କୁଲରୁ ଆରମ୍ଭ ହୋଇଥିବା ମାରପିଟ୍‌ ଗୋଷ୍ଠୀ ସଂଘର୍ଷରେ ବଦଳି ଯାଇଥିଲା । ସାମ୍ପ୍ରଦାୟକ ହିଂସାରେ ୩ ଜଣ ପ୍ରାଣ ହରାଇଥିଲେ  । ମୃତକଙ୍କ ମଧ୍ୟରେ ଜଣେ ଥିଲେ ଇଶ୍ବରଙ୍କ ପୁଅ ଭୁବନେଶ୍ବର ।

ସରକାର ଇଶ୍ବର ସାହୁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ । କିନ୍ତୁ ଇଶ୍ବର ସାହୁ ଏହା ନେବା ପାଇଁ ମନା କରିଦେଇଥିଲେ । ସାଜା ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଇଶ୍ବର ସାହୁଙ୍କ ପାଇଁ ପ୍ରଚାର କରିଥିଲେ । ସେତେବେଳେ ଶାହା କହିଥିଲେ ଯେ ଇଶ୍ବର ସାହୁ ଜଣେ ଆଶାୟୀ ନୁହେଁ ବରଂ ନ୍ୟାୟ ଲଢେଇର ପ୍ରତୀକ  । ଯଦି ବିଜେପି ପୁଣିଥରେ ସରକାର ଗଢିବ ଇଶ୍ବର ସାହୁଙ୍କ ପୁଅ ହତ୍ୟାକାରୀଙ୍କୁ ପ୍ରଥମେ ଜେଲ ପଠାଯିବ  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ishwar Sahu lost to 7-time MLA Ravindra Chaubey-in-chhatishgarh | Argus English