ଗୋଟାଏ ଲେହେଙ୍ଗାକୁ ୩ଥର ପିନ୍ଧନ୍ତି ଇଶା ଅମ୍ବାନି

ଅର୍ଗସ ବ୍ୟୁରୋ: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଧୀରେ ଧୀରେ ଅବସର ଆଡ଼କୁ ଅଗ୍ରସର ହେଉଛନ୍ତି। ଏନେଇ ସେ ଅନେକ ଥର ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ଏହି କ୍ରମରେ ସେ ନିଜର କୋଟି କୋଟି ଟଙ୍କାର ବ୍ୟବସାୟ ସାମ୍ରାଜ୍ୟର ଦାୟିତ୍ୱ ନୂଆ ପିଢ଼ିକୁ ହସ୍ତାନ୍ତର କରୁଥିବା ଦେଖାଯାଇଛି। ପୁଅମାନଙ୍କ ସହ ଝିଅ ଇଶାକୁ ମଧ୍ୟ ମୁକେଶ ଅମ୍ବାନି ବଡ଼ ଦାୟିତ୍ବ ଦେଇଛନ୍ତି। ଭାରତ ସବୁଠାରୁ ଧନୀ ବ୍ୟବସାୟୀଙ୍କ ଝିଅ ହେବା ସହ ନିଜେ ଜଣେ ବଡ଼ ବ୍ୟବସାୟୀ ହୋଇପାରିଛନ୍ତି ଇଶା। କୋଟି କୋଟି ଟଙ୍କାର ମାଲିକାଣୀ ହୋଇ ବି ଇଶା କରିଥିବା କାମ ଅନେକଙ୍କୁ ଖୁସି କରାଇଛି।
ଦେଖାଯାଇଛି ଯେ, ଇଶା ନିଜର ଗୋଟାଏ ଲେହେଙ୍ଗାକୁ ୩ଥର ପିନ୍ଧିଛନ୍ତି। ଅନେକ ଲୋକ ଥରେ ପିନ୍ଧିଥିବା ପୋଷାକକୁ ଦ୍ବିତୀୟ ଥର ପିନ୍ଧିବାକୁ ଇଚ୍ଛା କରନ୍ତି ନାହିଁ। ହେଲେ କୌଣସି ଅଭାବ ନଥାଇ ମଧ୍ୟ ଇଶା ଏଭଳି ନିଜର ପୋଷାକ ଏକାଧିକ ଥର ପିନ୍ଧିବା ଅନେକଙ୍କୁ ଅନୁପ୍ରାଣିତ କରିବ ନିଶ୍ଚୟ। ଏଠାରେ ଆମେ ଇଶାଙ୍କ ଏହି ହାଲୁକା ଗୋଲାପି ରଙ୍ଗର ଲେହେଙ୍ଗା କଥା କହୁଛୁ।
ଅଧିକ ପଢ଼ନ୍ତୁ ଭାରତ ଖବର