|
logo
Live

Argus News - ଅଯୋଧ୍ୟାରେ ଭାଇଚାରା, ମୋଦିଙ୍କ ଉପରେ ପୁଷ୍ପ ପକାଇଲେ ମୁସଲମାନ

National

ଅଯୋଧ୍ୟାରେ ଭାଇଚାରା, ମୋଦିଙ୍କ ଉପରେ ପୁଷ୍ପ ପକାଇଲେ ମୁସଲମାନ

Manini Pattanayak
Browse all articles by Manini Pattanayak
·2 years ago·2 min read
ଅଯୋଧ୍ୟାରେ ଭାଇଚାରା, ମୋଦିଙ୍କ ଉପରେ ପୁଷ୍ପ ପକାଇଲେ ମୁସଲମାନ

ନୂଆଦିଲ୍ଲୀ: ଆସୁଛନ୍ତି ପ୍ରଭୁ ରାମ। ବିରାଜମାନ କରିବେ ଅଯୋଧ୍ୟାରେ । ସଜେଇ ହେଲାଣି ରାସ୍ତାଘାଟ ଠୁ ଆରମ୍ଭ କରି ପୁରା ଅଯୋଦ୍ଧା ନଗରୀ।  ପ୍ରଭୁଙ୍କ ସ୍ୱାଗତରେ ଲାଗିଛନ୍ତି ବଡ ବଡ ହସ୍ତି। ଅଯୋଦ୍ଧାବାସୀଙ୍କ ମନରେ ଖୁସି କହିଲେ ନସରେ। ଦୀର୍ଘବର୍ଷର ଅପେକ୍ଷା ଶେଷ ହେବ ଆସନ୍ତା ବର୍ଷ ଜାନୁଆରୀ ୨୨ରେ ।  ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋାଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ନବନିର୍ମିତ ବିମାନ ବନ୍ଦର ଓ ରେଳ ଷ୍ଟେସନର ଲୋକାର୍ପଣ  ମଧ୍ୟ କରିଛନ୍ତି ମୋଦି।  ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାମନ୍ତ୍ରୀ।  ଏହା ସହିତ ମୋଦି  ଅଯୋଦ୍ଧାରେ ୮ କିଲୋମିଟର ବ୍ୟାପି ଏକ ଲମ୍ବାରୋଡ ଶୋ  କରିଥିଲେ।  ରୋଡ ଶୋ ସମୟରେ ଲୋକମାନଙ୍କ ମୋଦିଙ୍କ ପୁଷ୍ପ ବର୍ଷା ସହ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।  ଇକବାଲ ଅଂସାରୀ କହିଛନ୍ତି ଅଯୋଧା ସମସ୍ତଙ୍କୁ ବାର୍ତ୍ତା ଦେଉଛି ଯେ, ଏଠାରେ  ହିନ୍ଦୁ ମୁସଲିମ୍‌ ସମମସ୍ତେ ମିସି କରି ରହୁଛନ୍ତି ,ବହ ପରସ୍ପରକୁ  ବଭିନ୍ନ କାର୍ଯ୍ୟକାର୍ମରେ ସହଯୋଗ କରିଥାନ୍ତି।  ତେବେ ରାଲିରେ ଏଭଳି ଏକ ଦୃଶ୍ୟ ସସମ୍ତଙ୍କ ଆଶ୍ଚର୍ଯ୍ୟ କରିଛି। 

 ଏହାପରେ ହଠାତ୍‌ ମୋଦି ଏକ ଦଳିତ ପରିବାର ମୀରା ମାଝିଙ୍କ ଘରେ ପହଞ୍ଚି ଚା ପିଇଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୧୦ କୋଟି ଲାଭାର୍ଥିଙ୍କ ମଧ୍ୟରୁ ମୀରା ହେଉଛନ୍ତି ଜଣେ।  କିଛି ସମୟ ପର୍ଯ୍ୟନ୍ତି ମୋଦି ମୀରାଙ୍କ ଘରେ ରହି ତାଙ୍କ ପରିବାର ସହ  ଦୁଃଖସୁଖ ହୋଇଥିଲେ।  ଏପଟେ ଅଯୋଧ୍ୟା ନଗରୀରର ସାଜସଜାରେ ବିମୋହିତ ହୋଇଥିଲେ  ମୋଦି।  ଅଯୋଧ୍ୟା ବାସୀଙ୍କୁ  ସମ୍ବୋଧିତ କରି  ମୋଦି କହିଥିଲେ,  ଏପରି ଲାଗୁଛି ଯେପରି ଅଯୋଦ୍ଧା ନଗରୀ ରାସ୍ତା ଉପରୁକୁ ଓହ୍ଲାଇ ଆସିଛି।  ଏବେ  ଦେଶବାସୀଙ୍କୁ ଅପେକ୍ଷା ଜାନୁଆରୀ ୨୨  ଐତିହାସିକ ମୂହୁର୍ତ୍ତକୁ।  ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା ​​ଯେତେବେଳେ ବାବ୍ରି କେସ୍ ମକଦ୍ଦମାକାରୀ ହାସିମ ଅନସାରୀଙ୍କ ପୁଅ ଇକବାଲ ଅନସାରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ପିଏମ ମୋଦୀଙ୍କ ଉପରେ ଗୋଲାପ ଫୁଲ  ପକାଇବାର  ଦେଖାଯାଇଥିଲା।  

ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଅଯୋଧ୍ୟାରେ ଭାଇଚାରା, ମୋଦିଙ୍କ ଉପରେ ପୁଷ୍ପ ପକାଇଲେ ମୁସଲମାନ | Argus English