Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାନଦୋକାନୀ ପୁଅକୁ କୋଟିପତି କରିଦେଲା ଆଇପିଏଲ

National

ପାନଦୋକାନୀ ପୁଅକୁ କୋଟିପତି କରିଦେଲା ଆଇପିଏଲ

Manini Pattanayak
Browse all articles by Manini Pattanayak
·2 years ago·2 min read
ପାନଦୋକାନୀ ପୁଅକୁ କୋଟିପତି କରିଦେଲା ଆଇପିଏଲ

 ନୂଆଦିଲ୍ଲୀ: ରାତାରାତି କୋଟିପତି କରିଦେଲା ଆଇପିଏଲ । ପାନଦୋକାନୀ ପୁଅକୁ ଏବେ କରୋଡ ପତି । ପାଖାପାଖି ୬କୋଟି ଟଙ୍କାରେ ବିକ୍ରୀ ହୋଇଛନ୍ତି  ନାଗପୁରର  ଜଣେ ପାନଦୋକାନୀଙ୍କ ପୁଅ । ବେସ୍‌ ପ୍ରାଇସରୁ ୨୯ ଗୁଣା ଅଧିକ ମୂଲ୍ୟରେ ବିକ୍ରୀ ହୋଇଛନ୍ତି ଶୁଭମ ଦୁବେ । ୨୦୨୪ ଆଇପିଏଲ ନିଲାମୀରେ ମହାରାଷ୍ଟ୍ର ନାଗପୁରର ଖେଳାଳି ଶୁଭମ ଦୁବେଙ୍କୁ ୫ କୋଟି ୮୦ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । ବାପା ପାନ ଦୋକାନୀ , ପୁଅ ଏବେ ଆଇପିଏଲ ନିଲାମୀର ଚର୍ଚ୍ଚିତ ଚେହେରା ପାଲଟିଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର । ଯାହା ଏବେ ଚର୍ଚ୍ଚା ପାଲଟିଛି।   

 ଆଇପିଏଲ ହେଉଛି ଏଭଳି ଏକ ମଞ୍ଚ  ଯେଉଁଠି ହଠାତ୍‌ ଭାଗ୍ୟ ଚମକିଥାଏ । ତାହାର ଜ୍ୱଳନ୍ତ ଉଦାହଣ ହେଉଛନ୍ତି ଶୁଭମ ଦୁବେ । ନାଗପୁରର ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବା ଶୁଭମଙ୍କୁ ସଫଳ ହେବାକୁ ଅନେକ ବାଧାବିଘ୍ନ  ସାମ୍ନା କରିବାକୁ ପଡିଛି । ଘରୋଇ କ୍ରୀକେଟରେ  ଶୁଭମ ଦୁବେ  ଫିନିଶର ଭୂମିକା ନିଭାଇଥାନ୍ତି।  ବଡ ବଡ ସଟସ୍‌ ଖେଳିବା ପାଇଁ  ପରିଚିତ ଶୁଭମ । ସୟଦ ମୁସ୍ତାକ ଅଲୀ ଟ୍ରଫୀରେ ଶଭୁମ୍‌ ନିଜର ଜଲଓ୍ୱା ଦେଖାଇଥିଲେ । ୨୯ ବର୍ଷୀୟ ଶୁଭମଙ୍କୁ କିଣିବା ପାଇଁ  ଦିଲ୍ଲୀ ଏବଂ ରାଜସ୍ଥାନ ମଧ୍ୟରେ ଲାଗିଥିଲା ଟକ୍କର । ଶୁଭମଙ୍କ ବେଶୀ ପ୍ରାଇସ ୨୦ ଲକ୍ଷ ଥିଲା। ଦିଲ୍ଲୀ କ୍ୟାପିଟାଲ  ତାଙ୍କ ଉପରେ ପ୍ରଥମେ ନିଲାମୀ ଆରମ୍ଭ କରିଥିଲା ।   ଶୁଭମଙ୍କୁ କିଣିବା ପାଇଁ  ରାଜସ୍ଥାନ ଓ ଦିଲ୍ଲୀ ମଧ୍ୟରେ ଲାଗିଥିଲା ଟକ୍କର । ପ୍ରଥମେ ଏକ କୋଟି, ପରେ ଦୁଇକୋଟି ଏମିତି ଚାହୁଁ ଚାହୁଁ ୫ କୋଟି ପାର କରିଗଲା । ଆଉ ଶେଷରେ ରାଜସ୍ଥାନ ରୟାଲସ ଶୁଭମଙ୍କୁ ୫.୮ କୋଟିରେ କିଣିଥିଲା ଶୁଭମଙ୍କୁ।  ଆଉ ଚମକିଥିଲା ପାନଦୋକାନୀ ପୁଅ ଶୁଭମଙ୍କ ଭାଗ୍ୟ..ସତରେ ଭାଗ୍ୟ କେତେ ବେଳେ ବଦଳିବ ତାହା କାହାକୁ ବି ଜଣାନାହିଁ ।

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL Auction: Meet Shubham Dubey, paan stall owner's son, picked by Rajasthan Royals for Rs 5.8 crore | Argus English