Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗିଫ୍ଟ ସିଟିରେ ଖୋଲିବ ଅଷ୍ଟ୍ରେଲିଆର ଡେକିନ୍ ଏବଂ ଓ୍ୱଲ୍ଲୋନଗୋଙ୍ଗ୍ ବିଶ୍ୱବିଦ୍ୟାଳୟ

National

ଗିଫ୍ଟ ସିଟିରେ ଖୋଲିବ ଅଷ୍ଟ୍ରେଲିଆର ଡେକିନ୍ ଏବଂ ଓ୍ୱଲ୍ଲୋନଗୋଙ୍ଗ୍ ବିଶ୍ୱବିଦ୍ୟାଳୟ

Jitendra Dash
Browse all articles by Jitendra Dash
·2 years ago·2 min read
ଗିଫ୍ଟ ସିଟିରେ ଖୋଲିବ ଅଷ୍ଟ୍ରେଲିଆର ଡେକିନ୍ ଏବଂ ଓ୍ୱଲ୍ଲୋନଗୋଙ୍ଗ୍ ବିଶ୍ୱବିଦ୍ୟାଳୟ

ଅର୍ଗସ ବ୍ୟୁରୋ : ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍‌-ସିଟି (ଗିଫ୍ଟ ସିଟି)ରେ ଅଷ୍ଟ୍ରେଲିଆର ଦୁଇଟି ବିଶ୍ୱବିଦ୍ୟାଳୟ ଡେକିନ୍ ଓ ଓ୍ୱଲ୍ଲୋନଗୋଙ୍ଗର କ୍ୟାମ୍ପସ ସ୍ଥାପନା ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାର ଗାନ୍ଧୀନଗର ସ୍ଥିତ ଗିଫ୍ଟ ସିଟିରେ ଏହି ଦୁଇ ବିଶ୍ୱବିଦ୍ୟାଳୟର ଆଗାମୀ କ୍ୟାମ୍ପସ ପାଇଁ ସ୍ଥାନ ପରିଦର୍ଶନ କରିବା ଅବସରରେ ଏହି ଘୋଷଣା କରିଛନ୍ତି ।  

ଅଧିକ ପଢନ୍ତୁ ଭାରତ ଖବର

ଭାରତରେ ଅଷ୍ଟ୍ରେଲିଆନ୍ ୟୁନିଭର୍ସିଟି କ୍ୟାମ୍ପସର ଘୋଷଣା ନେଇ ଆୟୋଜିତ କାର୍ଯ୍ୟକ୍ରମ 'ଆରମ୍ଭ'ରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଭାରତର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ । ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ-ସିଟିରେ ଅଷ୍ଟ୍ରେଲିଆର ଦୁଇଟି ବିଶ୍ୱସନୀୟ ବିଶ୍ୱବିଦ୍ୟାଳୟ ଯଥା ଡେକିନ ବିଶ୍ୱବିଦ୍ୟାଳୟ ଏବଂ ୟୁନିଭର୍ସିଟି ଅଫ୍ ଓ୍ୱଲଙ୍ଗଙ୍ଗ୍ ଅଷ୍ଟ୍ରେଲିଆ (ୟୁଓଡବ୍ଲ୍ୟୁ) କ୍ୟାମ୍ପସ ଖୋଲିବାର ଆନୁଷ୍ଠାନିକ ଘୋଷଣା ହୋଇଛି । ଏହା ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏକ ବଡ଼ ପଦକ୍ଷେପ । ସମ୍ଭାବନାମୟ ଗୁଜୁରାଟରେ ଏହି ଦୁଇଟି ବିଶ୍ୱବିଦ୍ୟାଳୟର ଜୀବନ୍ତ କ୍ୟାମ୍ପସ ସ୍ଥାପନା ହେବା ଛାତ୍ରଛାତ୍ରୀ ସମୁଦାୟ ପାଇଁ ଏକ ଉପହାର ବୋଲି ସେ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତର ଡୋରଷ୍ଟେପରେ ବିଶ୍ୱସ୍ତରୀୟ ଶିକ୍ଷାର ସୁଯୋଗ ଆଣିବା ଲକ୍ଷ୍ୟରେ ଏଭଳି କ୍ୟାମ୍ପସ ସ୍ଥାପନା ହେବା ଖୁସିର ବିଷୟ ।  ଭାରତର ଶିକ୍ଷାକୁ ବିଶ୍ୱମାନର କରିବା ଦିଗରେ ଏହା ଏକ ଅନ୍ୟତମ ପଦକ୍ଷେପ । ସ୍ୱଦେଶରେ ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଷ୍ଟଡି ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବ । ଜାତୀୟ ଶିକ୍ଷା ନୀତିରେ କଳ୍ପନା କରାଯାଇଥିବା ବିବିଧ, ସର୍ବବ୍ୟାପୀ ଏବଂ ସମାବେଶୀ ଶିକ୍ଷାର ଏକ ବାତାବରଣ ତିଆରି କରିବ । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଭାରତର ଶିକ୍ଷାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ପ୍ରଚେଷ୍ଟା ପାଇଁ ଆଜି ଏହା ସମ୍ଭବ ହୋଇପାରିଛି ।  

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତରେ ଅଷ୍ଟ୍ରେଲୀୟ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ସ୍ଥାପନ ହେବା, ଏହା କେବଳ ଏକ ଆରମ୍ଭ ମାତ୍ର । ଯେତେବେଳେ ଆମେ ଭାରତରେ ବୈଶ୍ୱିକ ଶିକ୍ଷାର ଏକ ନୂତନ ଯୁଗ ଆରମ୍ଭ କରୁଛୁ, ସେହି ସମୟରେ ଆମେ ଆମର ଅମୃତ ପିଢିଙ୍କ ଉଜ୍ଜ୍ୱଳ ଏବଂ ଆଲୋକିତ ଭବିଷ୍ୟତ ପାଇଁ ପ୍ରତିଶ୍ରୁତିବଦ୍ଧ । ସେହି ଭବିଷ୍ୟତର ରୂପରେଖରେ ଗୁଣାତ୍ମକ ଶିକ୍ଷା ସୀମିତରେ ନୁହେଁ ବରଂ ବ୍ୟାପକ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ଛାତ୍ରଛାତ୍ରୀ ଏବଂ ଶିକ୍ଷାବିତ ସମୁଦାୟକୁ ଅଭିନନ୍ଦନ ଜଣାଇଛନ୍ତି ।

Sponsored
International education is not a one way street. It’s not just about students coming to Australia, it’s about Australian universities going to them | Argus English