ଅଯୋଧ୍ୟା ବ୍ରହ୍ମା କୁଣ୍ଡର ଟେଣ୍ଟ ସିଟିରେ ଶ୍ରୀରାମ ‘ଚରଣ ପାଦୁକା’ ସ୍ଥାପନ
·2 years ago·1 min read

ଅର୍ଗସ ବ୍ୟୁରୋ : ଆସନ୍ତା ବର୍ଷ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଧାର୍ମିକ ଉତ୍ସାହରେ ଭରିଯାଇଛି ଅଯୋଧ୍ୟା ନଗରୀ। ଅଯୋଧ୍ୟାକୁ ତ୍ରେତୟା ଯୁଗର’ ନଗରୀ ରୂପରେ ସଜାଇବା ପାଇଁ ପ୍ରୟାସ କରାଯାଉଛି। ସେଥିପାଇଁ ଅଯୋଧ୍ୟା ବ୍ରହ୍ମା କୁଣ୍ଡର ଟେଣ୍ଟ ସିଟିରେ ରାମ ‘ଚରଣ ପାଦୁକା’ ସ୍ଥାପନ କରାଯାଇଛି। ଏହି ପାଦୁକା ଶ୍ରୀରାମଙ୍କ ପାଦୁକା ଭାବରେ ପୂଜିତ ହେବ । ‘ଚରଣ ପାଦୁକା’କୁ ପୂଜା କରିବା ପୁରା ଅଯୋଧ୍ୟା ଯାତ୍ରା ସହିତ ସମାନ ବୋଲି ମନ୍ଦିରର ଜଣେ ପୁରୋହିତ କହିଛନ୍ତି ।
ଅଧିକ ପଢନ୍ତୁ : ରାମ ମନ୍ଦିର ପାଇଁ ତିଆରି ଚାଲିଛି ବିରାଟ ଧ୍ବଜା ଦଣ୍ଡ
ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ 22 ଜାନୁୟାରୀ 2024 ରେ ହେବାକୁ ଯାଉଛି। ସେହି ଦିନ ସମଗ୍ର ଦେଶରେ ପ୍ରାୟ 5 ଲକ୍ଷ ମନ୍ଦିରରେ ଏକକାଳୀନ ପ୍ରାର୍ଥନା କରାଯିବ। ‘ପ୍ରାଣ ପ୍ରତିଷ୍ଠାର ଐତିହାସିକ ମୁହୂର୍ତ୍ତରେ 4000 ସାଧୁ ଏବଂ 2500 ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ରହିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: