|
logo
Live

Argus News - ସଶକ୍ତ ହେବ ଭାରତର ସାମରିକ ଶକ୍ତି

National

ସଶକ୍ତ ହେବ ଭାରତର ସାମରିକ ଶକ୍ତି

Smruti Parija
Browse all articles by Smruti Parija
·2 years ago·2 min read
ସଶକ୍ତ ହେବ ଭାରତର ସାମରିକ ଶକ୍ତି

ଅର୍ଗସ ବ୍ୟୁରୋ:  ଭାରତ କିଣିବ ୩୧ MQ-9B ପ୍ରେଡେଟର ଡ୍ରେନ୍ । ହିମାଳୟରୁ ହିନ୍ଦ ମାହାସାଗର ଯାଏ ପ୍ରତିଟି ଗତିବିଧି ଉପରେ ରଖିବ ତୀକ୍ଷ୍ଣ ନଜର । ଏହା ଏକ ମାନବ ବିହୀନ ସର୍ଭିଲାନ୍ସ ଡ୍ରୋନ ହୋଇଥିବାବେଳେ ୩୧ଟି ଡ୍ରୋନ କିଣିବାକୁ ଯୋଜନା କରିଛି ଭାରତ । ଏନେଇ ସୂଚନା ଦେଇଛନ୍ତି ନୌସେନା ମୁଖ୍ୟ ଆଡମିରାଲ୍‌ ଆର. ହରିକୁମାର । ୩୧ଟି ଡ୍ରୋନ ମଧ୍ୟରେ ବାୟୁସେନା ଓ ସ୍ଥଳସେନାକୁ ମିଳିବ ୧୬ଟି ଏବଂ ନୌସେନା ପାଖରେ ରହିବ ୧୫ଟି ଡ୍ରୋନ୍‌ । ଯାହା ଭାରତର ସାମରିକ ଶକ୍ତିକୁ ଆହୁରି ସଶକ୍ତ କରିବ । ଜଳ, ସ୍ଥଳ, ଆକାଶ ସବୁଠି ଏହା ଶତ୍ରୁକୁ ଚିହ୍ନଟ କରିବା ସହ ନିପାତ କରିବାରେ ସକ୍ଷମ । ଏହା ଆସିବା ପରେ ଚୀନ୍ ଓ ପାକିସ୍ତାନକୁ ମିଳିବ ମୁହଁତୋଡ୍ ଜବାବ । 

LACରେ ଚୀନର ଦାଦାଗିରି ଉପରେ ଲାଗିବ ରୋକ୍ । ସେହିପରି ପାକିସ୍ତାନରୁ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ କରିବ ପଣ୍ଡ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏହି ଡ୍ରୋନ ନେଇ ହୋଇଥିଲା ଚୁକ୍ତି । ଭାରତକୁ ଆସିଥିଲା ୧୫ଟି ଡ୍ରୋନ୍‌ । ଏବେ ଆଉ ୩୧ଟି ଡ୍ରୋନ କିଣିବ ଭାରତ । ଏହି ଡ୍ରୋନର ବିଶେଷତ୍ବ ​​ହେଲା ଏହା ପ୍ରାୟ 35 ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବ । ଏକ ସମୟରେ ୧ ହଜାର ୯୦୦ କିଲୋମିଟର କ୍ଷେତ୍ର ଉପରେ ନଜର ରଖିପାରିବ । ସ୍ବତନ୍ତ୍ର ଟେକ୍ନୋଲୋଜି ଦ୍ବାରା ପରିଚାଳିତ ଏହି ମାନବବିହୀନ ଡ୍ରୋନ୍ ଏହାର ଇଲେକ୍ଟ୍ରିକ୍ ସେନସର ସାହାଯ୍ୟରେ ଶତ୍ରୁକୁ ଚିହ୍ନିବାରେ ସକ୍ଷମ । 40 ହଜାର ଫୁଟି ଉଚ୍ଚରେ ଉଡ଼ାଣ ଭରି ପାରିବ MQ9 ପ୍ରେଡେଟର ଡ୍ରୋନ୍। 

ସ୍ଥଳଭାଗରେ ମିସାଇଲ ଆଟାକ୍ କରି ରଚିପାରିବ ତାଣ୍ଡବ ଲୀଳା । ସବମରିନ୍ କୁ ଖୋଜି ଧ୍ୱଂସ କରିପାରିବ ଏହି ଉଡନ୍ତା ଶିକାରୀ । ଏପରିକି ବାରୁଦ ସୁଡ଼ଙ୍ଗକୁ ଖୋଜି ବାହାର କରିବାରେ ବି ମାହିର ଏହି ଡ୍ରୋନ୍ । ଏଥିରେ ଲାଗିଛି କ୍ୟାମେରା ଇନଫ୍ରାରେଡ୍ ସେନସର ରାଡାର । ଯାହା ଶତ୍ରୁକୁ ପାତାଳରୁ ବି ଖୋଜି ବାହର କରିଦେବ । ସେହିପରି ବିଧ୍ବସକ AGM-114 ହେଲିଫାୟାର ମିସାଇଲ୍ସ ଖଞ୍ଜାଯାଇଛି ଏହି ଡ୍ରୋନରେ । ତାସହ ଡ୍ରେନରେ ରହିଛି GBU 12 ଓ GBU 38 ବମ୍ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସଶକ୍ତ ହେବ ଭାରତର ସାମରିକ ଶକ୍ତି | Argus English