ସାବଧାନ ଚୀନ୍-ପାକିସ୍ତାନ : ଚାଲିକି କଲେ "ପ୍ରଳୟ" ରଚିବ ତାଣ୍ଡବ

ଅର୍ଗସ ବ୍ୟୁରୋ : ସାବଧାନ ଚୀନ୍, ପାକିସ୍ତାନ । ଚାଲିକି କଲେ "ପ୍ରଳୟ" ରଚିବ ତାଣ୍ଡବ । ଗୋଡାଇ ଗୋଡାଇ ଶତ୍ରୁଙ୍କ ଉପରେ କରିବ ହମଲା । ଟାର୍ଗେଟ ଚେଞ୍ଜ ହେଲେ ବି ଦିଗ ବଦଳାଇ ଗୋଡାଇ ଗୋଡାଇ ବିଧ୍ବସଂ କରିବ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର । ଭଦ୍ରକ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ଆଜି ଏହି ମିସାଇଲର ହୋଇଛି ସଫଳ ପରୀକ୍ଷଣ ।
ଅଧିକ ପଢନ୍ତୁ ଭାରତ ଖବର
ପୂର୍ବାହ୍ନ ୯ଟା ୫୦ରେ ଏହାର ପରୀକ୍ଷଣ କରିଥିଲା ଡିଆରଡିଓ । ଯାହା ସଫଳ ହୋଇଛି । ୨୦୧୮ ସେପଟେମ୍ବର ୭ ତାରିଖରେ ଚାନ୍ଦିପୁରସ୍ଥିତ ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା । ୨୦୨୨ ଡିସେମ୍ବରରେ ମଧ୍ୟ ଏହି ମିସାଇଲର ଲଗାତାର ୨ ଥର ସଫଳ ପରୀକ୍ଷଣ ହୋଇଥିଲା । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ । ୫୦୦ କିଲୋମିଟର ରେଞ୍ଜ ମଧ୍ୟରେ ଏହା ଶତ୍ରୁର ବିନାଶ କରିପାରେ ।
📱 Get Argus News App
✨ଏହାର ଓଜନ ୫ ଟନ ଥିବା ବେଳେ ଏହା ୮ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଅଣୁ ଓ ପାରମାଣବିକ ଯୁଦ୍ଧାସ୍ତ୍ର ବହିନ କରିବାର କ୍ଷମତା ରଖିଛି । ଏହି ମିଜାଇଲକୁ କ୍ଷେପଣାସ୍ତ୍ର ବିଧ୍ବଂଶକାରୀ କ୍ଷେପଣାସ୍ତ୍ର ଭାବେ ବ୍ୟବହାର କରାଯାଇଥାଏ । ଏହା ଆକାଶରେ ୨୦ରୁ ୫୦ କିମି ଉଚ୍ଚାତାରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଧ୍ବଂସ କରିବାରେ ସଫଳ । ଶତ୍ରୁକୁ ଗୋଡ଼ାଇ ଗୋଡ଼ାଇ ମାରିବାରେ ଏହା ସକ୍ଷମ । ଲଞ୍ଚ ହେବା ପରେ ଶତ୍ରୁର ମିସାଇଲ ଯଦି ତାର ଲୋକେସନ ବଦଳାଏ ତେବେ ଏହା ନିଜ ଦିଗ ବଦଳାଇ ତାକୁ ନିପାତ କରିବାରେ ମାହିର ।