|
logo
Live

Argus News - ଭବ୍ୟ ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠିତ ହେଲେ ରଘୁପତି

National

ଭବ୍ୟ ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠିତ ହେଲେ ରଘୁପତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଭବ୍ୟ ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠିତ ହେଲେ ରଘୁପତି

ଅର୍ଗସ ବ୍ୟୁରୋ:  ନାଚ ଗୀତରେ ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରୁଛନ୍ତି ଭକ୍ତ । ଉତ୍ସବମୁଖର ଅଯୋଧ୍ୟା। ଏହାରି ଭିତରେ ମନ୍ତ୍ରମୁଗ୍ଧ କରିଛି ଭାରତର ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ସଙ୍ଗୀତ । ରାମଲାଲାଙ୍କ ଆଗମନ ଖୁସିରେ ଭଜନ ପରିବେଷଣ କରିଛନ୍ତି ପ୍ରଶିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ। ସେପଟେ ଭବ୍ୟ ଉତ୍ସବ ପାଇଁ ଅଯୋଧ୍ୟାରେ ସିନେ ତାରକାଙ୍କ ଭିଡ଼ । ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବାକୁ ଅଯୋଧ୍ୟାରେ ପହଂଚିଥିଲେ ବଲିଉଡର ବହୁ କଳାକାର। ବିଗବି ଅମିତାଭ୍ ବଚ୍ଚନ , ଅଭିଷେକ୍ ବଚ୍ଚନ , ଅନୁପମ ଖେର୍ ,ଜ୍ୟାକି ଶ୍ରଫ୍ ,ଭିକ୍କି କୌଶଲ୍ , କଙ୍ଗନା ରାନାୱତ, କ୍ୟାଟ୍ରିନା କୈଫ୍ , ରଣବୀର୍ କପୁର୍ ,ଆଲିଆ ଭଟ୍ଟ , ଚିରଞ୍ଜିବି , ରାମଚରଣ୍ , ଅନୁ ମଲ୍ଲିକ , ହେମାମାଳିନୀ,ଶଙ୍କର ମାଧବନ୍ , ମଧୁର ଭଣ୍ଡାରକର, ପ୍ରସୁନ୍ ଯୋଶୀ ପ୍ରମୁଖ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚିଥିଲେ। ଅମ୍ବାନୀ ପରିବାର ମଧ୍ୟ ଅଯୋଧ୍ୟାରେ ପହଞ୍ଚି ରାମ ଲାଲାଙ୍କ ଦର୍ଶନ କରିଛନ୍ତି।

କାଶ୍ମିରୀ ହିନ୍ଦୁ ବେଶରେ ଅଯୋଧ୍ୟାରେ ପହଂଚିଥିଲେ ଅଭିନେତା ଅନୁପମ୍ ଖେର୍ । କହିଲେ , ଅଯୋଧ୍ୟାକୁ ଭଗବାନ ଶ୍ରୀରାମଙ୍କ ଲେଉଟାଣି ହେଉଛି ଠିକ୍ ସେହିପରି କାଶ୍ମିରୀ ହିନ୍ଦୁଙ୍କୁ ମଧ୍ୟ ନ୍ୟାୟ ମିଳିବ ବୋଲି କହିଛନ୍ତି ଅଭିନେତା। ଜନ୍ମମାଟିକୁ ଫେରିଛନ୍ତି ଶ୍ରୀରାମ। ଅଯୋଧ୍ୟାର ପାଣି ପବନରେ ଶ୍ରୀରାମଙ୍କ ଚେତନା ପୁରି ରହିଛି । ଉନ୍ମାଦନା ଦେଖି ଲାଗୁଛି ଯେମିତି ରାମଲଲା ସାଢେ ୫୦୦ ବର୍ଷ ପରେ ବନବାସରୁ ଫେରିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭବ୍ୟ ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠିତ ହେଲେ ରଘୁପତି | Argus English