|
logo
Live

Argus News - ଆରବ ସାଗରରେ ହାଇଜାକ୍ ମାଲବାହୀ ଜାହାଜରୁ ସମସ୍ତଙ୍କୁ ଉଦ୍ଧାର

National

ଆରବ ସାଗରରେ ହାଇଜାକ୍ ମାଲବାହୀ ଜାହାଜରୁ ସମସ୍ତଙ୍କୁ ଉଦ୍ଧାର

Jitendra Dash
Browse all articles by Jitendra Dash
·2 years ago
ଆରବ ସାଗରରେ ହାଇଜାକ୍ ମାଲବାହୀ ଜାହାଜରୁ ସମସ୍ତଙ୍କୁ ଉଦ୍ଧାର

ଅର୍ଗସ ବ୍ୟୁରୋ : ଆରବ ସାଗରରେ ହାଇଜାକ୍ ମାଲବାହୀ ଜାହାଜରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ୧୫ ଜଣ ଭାରତୀୟ କ୍ରିଉ ସଦସ୍ୟ ଥିବା ମାଲବାହୀ ଜାହାଜ ‘ଏମଭି ଲିଲା ନୋର୍ଫୋକ୍’ ସୋମାଲିଆ ଉପକୂଳ ନିକଟରେ ଅପହରଣର ଶିକାର ହୋଇଥିଲା । ଏହି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ନୌସେନା ଏକ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଏବଂ ଯୁଦ୍ଧଜାହାଜ ଆଇଏନଏସ ଚେନ୍ନାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୁରୁବାର ସନ୍ଧ୍ୟାରେ ନୌସେନାକୁ ୟୁକେଏମଟିଓ ପୋର୍ଟାଲ ଜରିଆରେ ସତର୍କ ସୂଚନା ମିଳିଥିଲା, ଯେଉଁଥିରେ ପ୍ରାୟ ୫-୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ଜାହାଜରେ ଚଢ଼ିଥିବା ଜଣାପଡିଥିଲା ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆରବ ସାଗରରେ ହାଇଜାକ୍ ମାଲବାହୀ ଜାହାଜରୁ ସମସ୍ତଙ୍କୁ ଉଦ୍ଧାର | Argus English