|
logo
Live

Argus News - ଭୂକମ୍ପ ପ୍ରଭାବିତ ନେପାଳକୁ ଭାରତ ବଢାଇଲା ସହାୟତାର ହାତ 

National

ଭୂକମ୍ପ ପ୍ରଭାବିତ ନେପାଳକୁ ଭାରତ ବଢାଇଲା ସହାୟତାର ହାତ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଭୂକମ୍ପ ପ୍ରଭାବିତ ନେପାଳକୁ ଭାରତ ବଢାଇଲା ସହାୟତାର ହାତ 

 ନୂଆଦିଲ୍ଲୀ:  ଭୂକମ୍ପ ପ୍ରଭାବିତ ନେପାଳକୁ ଭାରତ ବଢାଇଲା ସହାୟତାର ହାତ । ବାୟୁସେନାର ବିମାନ ଯୋଗେ ନେପାଳକୁ ପଠା ଯାଇଛି ଜରୁରୀ ସାମଗ୍ରୀ । ସି-୧୩୦ ବିମାନ ଯୋଗେ କାଠମାଣ୍ଡୁକୁ ୧୧ ଟନର ସାମଗ୍ରୀ ପଠାଇଛି ଭାରତ । ଏଥିରେ ମେଡିକାଲ ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ରହିଛି । ଏନେଇ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ବିଟ୍‌ କରିବା ସହ ଭାରତର ପଡ଼ୋଶୀ ପ୍ରଥମ ନୀତିର ଉଦାହରଣ ଦେଇଛନ୍ତି । ଶୁକ୍ରବାର ଉତ୍ତର-ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଥିଲା ।

ଭୂକମ୍ପରେ ଏବେ ସୁଦ୍ଧା ପ୍ରାୟ 150ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଶହ ଶହ ଘର ଭାଙ୍ଗି ଯାଇଥିବା ବେଳେ ହଜାରରୁ ଅଧିକ ଲୋକ ବାସହରା ହୋଇଛନ୍ତି । ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପରେ ଥଇଥାନ କରାଯାଇଛି ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭୂକମ୍ପ ପ୍ରଭାବିତ ନେପାଳକୁ ଭାରତ ବଢାଇଲା ସହାୟତାର ହାତ  | Argus English