Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୦୩୦ ସୁଦ୍ଧା ପ୍ରତିବର୍ଷ ଦେଶରେ ବିକ୍ରି ହେବ ୧ କୋଟି ଇଲେଟ୍ରିକ୍‌ ଯାନ

National

୨୦୩୦ ସୁଦ୍ଧା ପ୍ରତିବର୍ଷ ଦେଶରେ ବିକ୍ରି ହେବ ୧ କୋଟି ଇଲେଟ୍ରିକ୍‌ ଯାନ

Jitendra Dash
Browse all articles by Jitendra Dash
·2 years ago·1 min read
୨୦୩୦ ସୁଦ୍ଧା ପ୍ରତିବର୍ଷ ଦେଶରେ ବିକ୍ରି ହେବ ୧ କୋଟି ଇଲେଟ୍ରିକ୍‌ ଯାନ

ଅର୍ଗସ ବ୍ୟୁରୋ : ୨୦୩୦ ସୁଦ୍ଧା ପ୍ରତିବର୍ଷ ଦେଶରେ ବିକ୍ରି ହେବ ୧ କୋଟି ଇଲେଟ୍ରିକ୍‌ ଯାନ । ଦେଶରେ ସୃଷ୍ଟି ହେବ ୫ କୋଟି ନିଯୁକ୍ତି ସୁଯୋଗ । ଏନେଇ ଇଭି ଏକ୍ସପୋରେ କହିଛନ୍ତି କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ । 

ଅଧିକ ପଢନ୍ତୁ ଭାରତ ଖବର

ବିଶ୍ବର ସର୍ବୋଚ୍ଚ ଇଭି ଉତ୍ପାଦକ ହେବା ନେଇ ଭାରତର ସାମର୍ଥ୍ୟ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୩୪.୫୪ ଲକ୍ଷ ଇଭି ପଞ୍ଜୀକୃତ ହୋଇସାରିଛି । ସ୍ବଚ୍ଛ ଶକ୍ତି ଉତ୍ପାଦନରେ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ସରକାର ପ୍ରତିବଦ୍ଧ ଥିବା ସେ କହିଛନ୍ତି । ଗଡକରୀ କହିଛନ୍ତି ପ୍ରଦୂଷିତ ଯାନଗୁଡ଼ିକୁ ହାଇବ୍ରିଡ ଏବଂ ସମ୍ପୂର୍ଣ୍ଣ ଇଭିରେ ପରିଣତ କରିବାକୁ ସରକାର ଅନୁମତି ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିପାଇଁ ନିୟମ ଚୂଡାନ୍ତ ହୋଇଛି ଏବଂ ସଫଳତାର ସହ ଟେକ୍ନୋଲୋଜି ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମଧ୍ୟ ଲୋକଙ୍କୁ ଇଲେକ୍ଟ୍ରିକ ଯାନ କିଣିବାକୁ ଉତ୍ସାହିତ କରୁଛନ୍ତି ଏବଂ ଏଥିପାଇଁ ବିଭିନ୍ନ ପ୍ରକାରର ରିହାତି ପ୍ରଦାନ କକରାଯାଉଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

Sponsored
India expected to see 1 crore EV sales annually by 2030 | Argus English