Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସଂସଦରେ ସୁରକ୍ଷା ଉଲ୍ଲଂଘନ ଘଟଣା; କାରଣ ଖୋଜିବ ଅନୁସନ୍ଧାନ କମିଟି

National

ସଂସଦରେ ସୁରକ୍ଷା ଉଲ୍ଲଂଘନ ଘଟଣା; କାରଣ ଖୋଜିବ ଅନୁସନ୍ଧାନ କମିଟି

Smruti Parija
Browse all articles by Smruti Parija
·2 years ago·1 min read
ସଂସଦରେ ସୁରକ୍ଷା ଉଲ୍ଲଂଘନ ଘଟଣା; କାରଣ ଖୋଜିବ ଅନୁସନ୍ଧାନ କମିଟି

ଅର୍ଗସ ବ୍ୟୁରୋ:  ସଂସଦରେ ସୁରକ୍ଷା ଉଲ୍ଲଂଘନ ଘଟଣା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ । କାରଣ ଖୋଜିବ ଅନୁସନ୍ଧାନ କମିଟି । ସୁରକ୍ଷା ଏଜେନ୍ସିର ସଦସ୍ୟ ତଥା ବିଶେଷଜ୍ଞଙ୍କ ସହ CRPF ଅଧୀନରେ ଏକ ଅନୁସନ୍ଧାନ କମିଟି ଗଠନ କରାଯାଇଛି । ଏହି କମିଟି ତ୍ରୁଟି ଚିହ୍ନଟ କରିବ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବ । 

ସେପଟେ ଦିଲ୍ଲୀ ପୋଲିସ ଦ୍ବାରା UAPA ବିଭାଗ ଅଧୀନରେ ମାମଲା ରୁଜୁ ହୋଇଛି । ଘଟଣାରେ 5 ଜଣଙ୍କୁ ଗିରଫ କରାଯାଇଛି ମାରାଥନ ଜେରା କରାଯାଉଛି । ସଂସଦ ଆକ୍ରମଣ ବାର୍ଷିକୀରେ ଅଭାବନୀୟ ଘଟଣା  ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ସାଂସଦଙ୍କ ମଧ୍ୟରେ ଖେଳିଯାଇଥିଲା ଭୟର ବାତାବରଣ ।  

22 ବର୍ଷ ପୂର୍ବର ଭୟଙ୍କର ସ୍ମୃତି ମନରୁ ଲିଭି ନଥିବାବେଳେ ନୂଆ ସଂସଦ ଭବନରେ ଏମିତି  ଘଟଣା ଘଟିବ କେହି ଭାବି ନଥିଲେ । ସବୁ ସାଂସଦ ଚମକି ପଡ଼ିଥିଲେ । ଦେଖିବାକୁ ମିଳିଥିଲା ଜଣେ ଯୁବକ ଗୋଟିଏ ବେଞ୍ଚରୁ ଆଉ ଗୋଟିଏ ବେଞ୍ଚକୁ ଡେଇଁ ଡେଇଁ  ଚାଲିଛି । ଲୋକସଭାରେ ଗୃହକାର୍ଯ୍ୟ ଜାରି ରହିଥିବାବେଳେ ଲୋକସଭା ଦର୍ଶକ ଗ୍ୟାଲେରୀରୁ ଡେଇଁ ଦୁଇ ଅଜ୍ଞାତ ଯୁବକ ଗୃହ ଭିତରେ ଗ୍ୟାସ୍ ସ୍ପ୍ରେ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
incidents of security breaches in Parliament; The inquiry committee will look into the cause | Argus English