Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଶଙ୍କା ଭିତରେ ଉତ୍ତରକାଶୀ ଟନେଲରୁ ଆସିଛି ଆଶ୍ବସ୍ତିର ଖବର

National

ଆଶଙ୍କା ଭିତରେ ଉତ୍ତରକାଶୀ ଟନେଲରୁ ଆସିଛି ଆଶ୍ବସ୍ତିର ଖବର

Ritu Das
Browse all articles by Ritu Das
·2 years ago·1 min read
ଆଶଙ୍କା ଭିତରେ ଉତ୍ତରକାଶୀ ଟନେଲରୁ ଆସିଛି ଆଶ୍ବସ୍ତିର ଖବର

ଅର୍ଗସ ବ୍ୟୁରୋ: ଆଶଙ୍କା ଭିତରେ ଆଶ୍ବସ୍ତିର ଖବର ଆସିଛି ସତ । ହେଲେ ଆନମନା ମନ କଣ ବୁଝୁଛି। ଶଙ୍ଖା ସିନ୍ଦୂର ସାତଦିନ ହେବ ଟନେଲ ଭିତରେ ଫସିଛି । କଉ ସ୍ତ୍ରୀର ଛାତି ସହିବ । କେମିତି ସେ ତୁନୀ ହେବ । ବାପାଙ୍କ କଥା ଭାବି ଛୋଟଛୋଟ ପିଲା ଦୁଇଟି ବି ଆଉ ନିଜକୁ ସମ୍ଭାଳିପାରୁନାହାନ୍ତି। ସେଥିପାଇଁ ଏବେ ଭରସା ଶିବ । ଅଳ୍ପରେ ତୋଷ ବୋଲି ଶିବଙ୍କ ଦରବାରରେ ସ୍ବାମୀଙ୍କ ପାଇଁ ପୂଜାପାଠ ଆରାଧନା ।

ଉତ୍ତର କାଶୀ ଟନେଲ ଭିତରେ ୫ଜଣ ଓଡ଼ିଆ ରହିଥିବା ବେଳେ ମୟୂରଭଞ୍ଜ ବାଙ୍ଗିରିପୋଷି ଅଞ୍ଚଳରୁ ଦୁଇ ଜଣଙ୍କ ଘର। ରୋଜଗାରିଆ ପୁଅକୁ ଦେଖିବାକୁ ନପାଇ ମାନସିକ ଦୁଃଚିନ୍ତାରେ ଭାଙ୍ଗି ପଡିଛନ୍ତି ପରିବାର ସହ ସମଗ୍ର ବେଢାକୁଦ ଓ ଯୋଗିବନ୍ଧ ଗ୍ରାମବାସୀ। କଥା ହେଲେ ବି ମନ ବୁଝୁନି । ସେଥିପାଇଁ ଧିରେନ ଓ ବିଶ୍ବେଶ୍ବରଙ୍କ ଲାଗି ଗାଁ ଦେବତୀଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା। ଲାଗିଥିବା ସ୍ଵତନ୍ତ୍ର ପାଇପ୍‌ ଯୋଗେ ଧୀରେନ୍‌ କଥା ଥିଲେ । ଟନେଲ୍‌ ଭିତରେ ସମସ୍ତେ ଭଲରେ ଅଛୁ ବୋଲି ଧୀରେନ୍‌ କହିଥିବା କହିଥିଲେ । ଏପଟଏ ଉତ୍ତରକାଶୀ ଗ୍ରାଉଣ୍ଡଜିରୋରେ ପହଞ୍ଚିଛି ଅର୍ଗସ ଟିମ୍। 

 ଆମେରିକୀୟ ଅଗର ମେସିନ ସାହାଯ୍ୟରେ ଟନେଲ୍ ଭିତରେ ଡ୍ରିଲ୍ କରି 6 ମିଟର ଲମ୍ବା ଓ 3 ଫୁଟ ଚଉଡ଼ାର ପାଇପ୍ ଭର୍ତ୍ତି କରାଯିବାକୁ ଉଦ୍ୟମ କରାଯାଉଛି । ଏଯାଏଁ 27 ମିଟର ଯାଏଁ ଡ୍ରିଲ୍ କରାଯାଇଛି। ମୋଟ୍ 35 ମିଟର୍ ଡ୍ରିଲିଂ କରିବାକୁ ପଡ଼ିବ ।  ଉଦ୍ଧାର ପ୍ରକ୍ରିୟାରେ ଏନଡିଆରଏଫ୍, ଏସଡିଆରଏଫ୍ ଟିମ୍ ଜୀ ଜାନ୍ ଲଗେଇଛନ୍ତି । ପୂରା ଅଭିଯାନ ସମ୍ପୂର୍ଣ୍ଣ ହେବାରେ ଆହୁରି 2ରୁ 3 ଦିନ ଲାଗିବ। ତେବେ କେତେଶୀଘ୍ର ଉଦ୍ଧାର କାର୍ଯ୍ୟ ଶେଷ ହୋଇ ସମସ୍ତ ଶ୍ରମିକ ସକୁଶଳେ ବାହାରକୁ ଆସୁଛନ୍ତି, ତାହାକୁ ସାରା ଦେଶର ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
In the midst of fear | Argus English