Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦାରିଦ୍ର୍ୟ ସୀମାରୁ ଉପରକୁ ଉଠିଛନ୍ତି୨୪ କୋଟି ଲୋକ

National

ଦାରିଦ୍ର୍ୟ ସୀମାରୁ ଉପରକୁ ଉଠିଛନ୍ତି୨୪ କୋଟି ଲୋକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦାରିଦ୍ର୍ୟ ସୀମାରୁ ଉପରକୁ ଉଠିଛନ୍ତି୨୪ କୋଟି ଲୋକ

ଅର୍ଗସ ବ୍ୟୁରୋ:  ଗତ ୯ ବର୍ଷରେ ଦେଶରେ କମିଛି ଦାରିଦ୍ର୍ୟ । ଦାରିଦ୍ର୍ୟ ସୀମାରୁ ଉପରକୁ ଉଠିଛନ୍ତି୨୪ କୋଟି ଲୋକ । ଏନେଇ ରିପୋର୍ଟ ଜାରି କରିଛନ୍ତି ନୀତି ଆୟୋଗ । ୨୦୨୨-୨୩ ପାଇଁ ଜାରି ହୋଇଥିବା ରିପୋର୍ଟରେ ଆୟୋଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦେଶର ପ୍ରମୁଖ ରାଜ୍ୟ ଉତ୍ତରପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶରେ ସର୍ବାଧିକ ଦାରିଦ୍ର୍ୟ ହ୍ରାସ ରେକର୍ଡ କରାଯାଇଛି । ଉତ୍ତରପ୍ରଦେଶରେ ଗତ ୯ ବର୍ଷ ମଧ୍ୟରେ ୫.୯୪ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଥିବା ବେଳେ ବିହାରରେ ୩.୭୭ କୋଟି, ମଧ୍ୟପ୍ରଦେଶରେ ୨.୩୦ କୋଟି ଏବଂ ରାଜସ୍ଥାନରେ ୧.୮୭ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ଦାରିଦ୍ର୍ୟ ହିସାବ ଅନୁପାତ ୨୦୧୩-୧୪ରେ ୨୯.୧୭% ଥିବା ବେଳେ ୨୦୨୨-୨୩ରେ ଏହା ୧୧.୨୮%କୁ ହ୍ରାସ ପାଇଛି । ଅର୍ଥାତ୍ ୧୭.୮୯ ପ୍ରତିଶତ ପଏଣ୍ଟ ହ୍ରାସ ପାଇଛି ।

ସମସ୍ତ ୧୨ଟି ଏମପିଆଇ ସୂଚକାଙ୍କରେ ଉନ୍ନତିର ଦେଖିବାକୁ ମିଳିଛି । ଗରିବ ରାଜ୍ୟଗୁଡ଼ିକରେ ଦାରିଦ୍ର୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି ଯାହାକି ଅସମାନତା ହ୍ରାସକୁ ଦର୍ଶାଉଛି । ତେବେ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଯୋଜନାକୁ ଏହି ଉଲ୍ଲେଖନୀୟ ସଫଳତାର ଶ୍ରେୟ ଦିଆଯାଇଛି । ଦୁର୍ବଳ ଓ ବଞ୍ଚିତ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ସରକାରଙ୍କ ନିରନ୍ତର ସମର୍ପଣ ଓ ଦୃଢ଼ ପ୍ରତିବଦ୍ଧତା ଏହି ସଫଳତାରେ ସହାୟକ ହୋଇଛି । ସବୁ ଦିଗରୁ ଦାରିଦ୍ର୍ୟ ହ୍ରାସ କରିବା ଲକ୍ଷ୍ୟରେ ଭାରତ ସରକାର ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the last 9 years, there has been less poverty in the country | Argus English