|
logo
Live

Argus News - 2024ର ପ୍ରଥମ ମନ କି ବାତରେ ମନ କଥା କହିଲେ ପ୍ରଧାନମନ୍ତ୍ରୀ

National

2024ର ପ୍ରଥମ ମନ କି ବାତରେ ମନ କଥା କହିଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·2 min read
2024ର ପ୍ରଥମ ମନ କି ବାତରେ ମନ କଥା କହିଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଆଜି ପ୍ରଧାନମନ୍ତ୍ରୀଙ୍କ ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ରେଡିଓ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି ପିଏମ୍‌ ମୋଦି । 

2024 ର ପ୍ରଥମ ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ବିଦେଶରୁ ଅନେକ ଲୋକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଯ ଦ୍ୱାରା ଭାରତୀୟ ସଂସ୍କୃତି ଖୁବ ଉଚ୍ଚକୁ ଯାଉଛି । ଫ୍ରାନ୍ସ, ତାଇୱାନ, ମେକ୍ସିକୋ, ଏବଂ ବାଂଲାଦେଶର ନାଗରିକ ମଧ୍ୟ ପଦ୍ମ ସମ୍ମାନରେ ସମ୍ମାନିତ ହୋଇଛନ୍ତି । 

ମୁଁ ଖୁସି ଯେ ଗତ ଦଶନ୍ଧିରେ ପଦ୍ମ ପୁରସ୍କାରର ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ଏହା ଲୋକମାନଙ୍କର ପଦ୍ମ ପାଲଟିଛି । ପଦ୍ମ ସମ୍ମାନ ପ୍ରଦାନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଲୋକମାନେ ନିଜକୁ ମନୋନୀତ କରିବାର ସୁଯୋଗ ପାଇଛନ୍ତି । ଏହି କାରଣରୁ, 2014 ତୁଳନାରେ, ଚଳିତ ବର୍ଷ ଗ୍ରହଣ କରାଯାଇଥିବା ନାମାଙ୍କନ ସଂଖ୍ୟା 28 ଗୁଣ ଅଧିକ। ଏହା ଦର୍ଶାଏ ଯେ ପଦ୍ମ ପୁରସ୍କାରର ବିଶ୍ୱସନୀୟତା, ପ୍ରତିଷ୍ଠା ଏବଂ ସମ୍ମାନ ପ୍ରତିବର୍ଷ ବୃଦ୍ଧି ପାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI (@ANI) January 28, 2024

 

ମନ କି ବାତ୍ ରେ ପ୍ରଧାନମନ୍ତ୍ରୀ ଆସାମର 67 ବର୍ଷୀୟ ଯୋଗେଶ୍ୱର ଯାଦବଙ୍କ କଥା ଉଲ୍ଲେଖ କରିଛନ୍ତି । ସମାଜ ସେବା ପାଇଁ ଯୋଗେଶ୍ୱର ଯାଦବ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ତାଙ୍କ ପୁରା ଜୀବନ ଆଦିବାସୀ ଲୋକଙ୍କ କଲ୍ୟାଣ ପାଇଁ ନିବୃତ୍ତ କରିଛନ୍ତି । ଜଶପୁରରେ ତାଙ୍କ ଉଦ୍ୟମରେ ଆଶ୍ରମ ସ୍ଥାପନ ହୋଇପାରିଛି । ଯେଉଁଠି ସେ ଆଦିବାସୀ ଲୋକଙ୍କୁ କିପରି ସ୍ୱାସ୍ଥ୍ୟ ଶିକ୍ଷା ଆଦି ମୌଳିକ ଅଧିକାର ବିଷୟରେ ସଚେତନ କରିପାରିଛନ୍ତି ।  

ମିଡିଆ, ହେଟ୍ ଲାଇନ୍, ଖବର କାଗଜଠୁ ଖୁବ ଦୂରରେ ଏମାନେ ସମାଜ ସେବା କରିଛନ୍ତି ।  ଦେଶ ପାଇଁ ଅନକେ କିଛି କରିଛନ୍ତି । 

Sponsored
2024ର ପ୍ରଥମ ମନ କି ବାତରେ ମନ କଥା କହିଲେ ପ୍ରଧାନମନ୍ତ୍ରୀ | Argus English